ଓଟିପି ଦେଇନାହାନ୍ତି କି କ୍ଲିକ୍‌ କରିନାହାନ୍ତି, ଆକାଉଣ୍ଟରୁ ଉଠିଲା ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ଓଟିପି ଦେଇନାହାନ୍ତି କି କ୍ଲିକ୍‌ କରିନାହାନ୍ତି, ଆକାଉଣ୍ଟରୁ ଉଠିଲା ଟଙ୍କା

ନବରଙ୍ଗପୁର (ନବଘନ ବିଷୋୟୀ): କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ୍‌ କରିନାହାନ୍ତି। ତଥାପି ଆକାଉଣ୍ଟରୁ ଉଠିଲା ଟଙ୍କା। ହଜାରେ କି ଦୁଇ ହଜାର ନୁହେଁ, ଲକ୍ଷେରୁ ଅଧିକ ଟଙ୍କା ଏଟିଏମ୍‌ରୁ ଉଠିଛି। ଏହି ସବୁ ଟଙ୍କା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରରେ ଏକ ଏଟିଏମ୍‌ରୁ ଉଠିଥିବା ଜଣାପଡ଼ିଛି।

ପୂରା ଘଟଣାଟି ଏମିତି। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଗାଁର ଅର୍ଜୁନ ନାୟକ। ସେ ହେଉଛନ୍ତି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅବସରପ୍ରାପ୍ତ କର୍ମଚାରୀ। ଚାକିରିରୁ ଅବସର ବେଳେ ତାଙ୍କୁ ୫ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ସେହି ଟଙ୍କାକୁ ସେ ଇନ୍ଦ୍ରାବତୀ ଷ୍ଟେଟ୍‌ ବ୍ୟାଙ୍କରେ ଜମା ରଖିଥିଲେ।

ଚାକିରିରୁ ଅବସର ପରେ ଅର୍ଜୁନ ନାୟକ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ଗତ ୧୪ ତାରିଖରେ ସେ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ସେ ୩ଟି ପର୍ଯ୍ୟାୟରେ ଯଥା-୯୦୦୦, ୬୦୦୦ ଓ ୧୬ ତାରିଖରେ ୨୦୦୦ ଟଙ୍କା ଏଟିଏମ୍‌ରୁ ଉଠାଇଥିଲେ। ତା’ପରେ ସେ ଗତ ୧୭ ତାରିଖରେ ଘରକୁ ଫେରି ଆସିଥିଲେ।

୧୯ ତାରିଖରେ ଅର୍ଜୁନ ନାୟକଙ୍କ ପାଖକୁ ଏକ ଫୋନ୍‌ କଲ ଆସିଥିଲା। ଜଣେ ବ୍ୟକ୍ତି ଫୋନ୍‌ କରି ୧୦,୦୦୦ ଉଠାଇଛ କି ପଚାରିଲେ। ତା’ର ଉତ୍ତର ଦେବା ପୂର୍ବ ସମ୍ପୃକ୍ତ ବ୍ୟକ୍ତି ଜଣକ ଫୋନ୍‌ କାଟି ଦେଇଥିଲେ। ତା’ପରେ ଅର୍ଜୁନ ନାୟକ ବହୁବାର ସେହି ନମ୍ୱରରେ ଫୋନ୍‌ କରିଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ଫୋନ୍ ବନ୍ଦ ରହିଥିଲା।

ତେବେ ମନରେ ସନ୍ଦେହ ହେବାରୁ ଅର୍ଜୁନ ନାୟକ ଏଟିଏମ୍‌ ଯାଇ ମିନି ଷ୍ଟେଟ୍‌ମେଣ୍ଟ କାଢ଼ିଥିଲେ। ସେଥିରେ ୧୦,୦୦୦ରୁ ଅଧିକ ଟଙ୍କା ଲେଖାଏଁ ୧୦ ଥର ଉଠିଥିବା ଦେଖିବାକୁ ପାଇଥିଲେ। ଲକ୍ଷେରୁ ଅଧିକ ଟଙ୍କା ଉଠାଇ ଯାଇଛି। ଟଙ୍କା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀର ଏକ ATMରୁ ଉଠିଥିବା ଜଣାପଡ଼ିଛି। ଏହା ପରେ ଅର୍ଜୁନ ନାୟକଙ୍କ ହାଲତ ଶୁଖି ଯାଇଥିଲା। ସେ ସଙ୍ଗେ ସଙ୍ଗେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଖାକରି ପୂରା ଘଟଣା କହିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

The post ଓଟିପି ଦେଇନାହାନ୍ତି କି କ୍ଲିକ୍‌ କରିନାହାନ୍ତି, ଆକାଉଣ୍ଟରୁ ଉଠିଲା ଟଙ୍କା appeared first on Odisha Reporter.



from Odisha Reporter https://ift.tt/3bqtyBF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages