କରୋନା ଟିକାକୁ ନେଇ ଅନ୍ୟ ଦେଶକୁ ଏମିତି କହିଲେ ପୁନାୱାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

କରୋନା ଟିକାକୁ ନେଇ ଅନ୍ୟ ଦେଶକୁ ଏମିତି କହିଲେ ପୁନାୱାଲା

ନୂଆଦିଲ୍ଲୀ: ପ୍ରଥମେ ଭାରତ ପରେ ଅନ୍ୟ ଦେଶ। କରୋନା ଟିକା ପାଇଁ ଅପେକ୍ଷା କରି ରହିଥିବା ଅନ୍ୟ ଦେଶକୁ ଆଜି କିଛି ଏଭଳି କହିଛନ୍ତି ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା।  ଭାରତର ଟିକା ଆବଶ୍ୟକତା ଉପରେ ପ୍ରଥମେ ଗୁରୁତ୍ୱ ଦେଇ ବାକି ଟିକା ବିଶ୍ୱର ଅନ୍ୟ ଅଞ୍ଚଳକୁ ପଠାଇବାକୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ନିର୍ଦେଶ ମିଳିଥିବା କଥା ପୁନାଓ୍ଵାଲା କହିଛନ୍ତି।

ଭାରତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସମନ୍ଵୟ ରକ୍ଷା କରି ବିଶ୍ୱର ବାକି ଦେଶଗୁଡ଼ିକୁ ଟିକା ପଠାଇବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ନିର୍ଦେଶ ମିଳିଛି। ତେଣୁ ଯେଉଁ ଦେଶ ଓ ସରକାରମାନେ ଭାରତରୁ ‘କୋଭିସିଲ୍‌ଡ୍‌’ କିଣିବାକୁ ଆଗ୍ରହୀ ସେମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ପୁନାଓ୍ଵାଲା ଅନ୍ୟ ଦେଶମାନଙ୍କୁ ଅନୁରୋଧ କରିଛନ୍ତି।

ପ୍ରଥମେ ଭାରତର ପ୍ରାଥମିକତା ପୂରଣ ହେବା ପରେ ଅନ୍ୟ ଦେଶଗୁଡିକୁ ମଧ୍ୟ ଟିକା ପଠାଯିବ। ଆମେ ଏଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ। କିନ୍ତୁ ଏବେ ଟିକେ ଧୈର୍ଯ୍ୟ ରଖନ୍ତୁ ବୋଲି ସେ ଟୁଇଟ କରି କହିଛନ୍ତି।

ପୂର୍ବରୁ ସେ କହିଥିଲେ ଯେ, ପ୍ରତିମାସରେ ସିରମ ସାତରୁ ଆଠ କୋଟି କରୋନା ଟିକା ଡୋଜ ତିଆରି କରୁଛି। ଭାରତ ଏବଂ ଅନ୍ୟ ଦେଶକୁ ଏହା ପଠାଇବା ପାଇଁ ଯୋଜନା ମଧ୍ୟ ହେଉଛି। ସମସ୍ତଙ୍କ ଡିମାଣ୍ଡ ପୂରଣ କରିବାକୁ ଚେଷ୍ଟା ଜାରି ରହିଛି, କିନ୍ତୁ ଆମ ଦେଶର ଜନସଂଖ୍ୟା ଏବଂ ଦେଶ ପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଜାତିସଂଘ ଶାନ୍ତିରକ୍ଷାକାରୀଙ୍କ ଲାଗି ବୁଧବାର ଦିନ ୨ ଲକ୍ଷ ଡୋଜ୍‌ କୋଭିଡ୍‌-୧୯ ଟିକା ଉପହାର ପଠାଇବାକୁ ଭାରତ ଘୋଷଣା କରିଛି। ସେହିଭଳି, ପୂର୍ବରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ବ୍ରାଜିଲ୍‌, ମେକ୍ସିକୋ, କାନାଡା ଭଳି ଦେଶକୁ ଟିକା ପଠାଇଛି।

The post କରୋନା ଟିକାକୁ ନେଇ ଅନ୍ୟ ଦେଶକୁ ଏମିତି କହିଲେ ପୁନାୱାଲା appeared first on Odisha Reporter.



from Odisha Reporter https://ift.tt/3sbJXAG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages