ପୁରୀ: କର୍ତ୍ତବ୍ୟରେ ଅବହେଳା ଏଏସଆଇଙ୍କୁ ମହଙ୍ଗା ପଡ଼ିଲା। ଯାହା ଫଳରେ ଏଏସଆଇଙ୍କୁ ସସପେଣ୍ଡ କରାଯାଇଛି। ପୁରୀ ତାଳବଣିଆ ଥାନାର ଏଏସଆଇ ଲକ୍ଷ୍ମଣ ସୋରେନଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ଲଗାଯାଇଛି। ଯେଉଁକାରଣରୁ ପୁରୀ ଏସପି କନୱର ବିଶାଲ ସିଂହ ତାଙ୍କୁ ସସପେଣ୍ଡ କରିଛନ୍ତି।
ମଙ୍ଗଳବାର ପୁରୀ ଏସପି ପାଟ୍ରୋଲିଂରେ ଯାଇଥିବା ବେଳେ ଗ୍ରୀଡକୋ ଛକରେ ଡ୍ୟୁଟି କରୁଥିବା ଏଏସଆଇ ଲକ୍ଷ୍ମଣ ସୋରେନଙ୍କୁ ଦେଖିବାକୁ ପାଇନଥିଲେ। ଏସପି ଦୀର୍ଘ ସମୟ ଧରି ସେଠାରେ ଅପେକ୍ଷା କରିବା ପରେ ବି ଲକ୍ଷ୍ମଣ ଆସିଲେ ନାହିଁ। ଯାହା ପରେ ଏସପି ତୁରନ୍ତ ଘଟଣାର ଅନୁଧ୍ୟାନ କରି ଲକ୍ଷ୍ମଣ ସୋରେନଙ୍କୁ ସସପେଣ୍ଡ କରିଛନ୍ତି।
ତେବେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ସାତପଡ଼ାର ଏଏସଆଇ ଈଶ୍ୱର ଚନ୍ଦ୍ର ଗୁମାନସିଂହ ଏକ ଫୁଡ୍ ଭେଣ୍ଡରଠାରୁ ୭ହଜାର ଲାଞ୍ଚ ନେଇଥିଲେ। ଯାହା ପରେ ଏସପି କନୱର ବିଶାଲ ସିଂହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଏଏସଆଇଙ୍କୁ ସସପେଣ୍ଡ କରିବା ସହ ଗିରଫ ମଧ୍ୟ କରିଥିଲେ। ସେହିପରି ପୁରୀ ସଦର ଥାନାରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଜଣେ ମହିଳା ଏସଆଇ ନିଜ ଆଇଆଇସିଙ୍କୁ ନଜଣାଇ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଜୁଆ ଆଡ୍ଡାରେ କ’ଣ ସବୁ ଜବତ କରାଯାଇଥିଲା, ତାର ରିପୋର୍ଟ ଦେଇନଥିଲେ। ଯେଉଁଥି ପାଇଁ ମହିଳା ଏସପିଙ୍କୁ ମଧ୍ୟ ସସପେଣ୍ଡ କରାଯାଇଥିଲା।
The post କର୍ତ୍ତବ୍ୟରେ ଅବହେଳା ମହଙ୍ଗା ପଡ଼ିଲା, ସସପେଣ୍ଡ୍ ହେଲେ ଏଏସଆଇ appeared first on Odisha Reporter.
from Odisha Reporter https://ift.tt/3aSM59o
No comments:
Post a Comment