ବିରାଟ୍ କୋହଲିଙ୍କ ଟିମ୍‌ରେ ସଞ୍ଜୟ ବାଙ୍ଗରଙ୍କୁ ବଡ଼ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 10, 2021

ବିରାଟ୍ କୋହଲିଙ୍କ ଟିମ୍‌ରେ ସଞ୍ଜୟ ବାଙ୍ଗରଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ସଞ୍ଜୟ ବାଙ୍ଗରଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଆଇପିଏଲର ୧୪ଶ ସଂସ୍କରଣରୁ ସେ ଏହି ଦାୟିତ୍ୱ ସମ୍ଭାଳିବେ। ଆରସିବି ବୁଧବାର ଟ୍ୱିଟ୍ କରି ଏହାର ସୂଚନା ଦେଇଛି। ଆରସିବି ଲେଖିଛି, ‘ସଞ୍ଜୟ ବାଙ୍ଗରଙ୍କୁ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରି ଆମେ ବହୁତ ଖୁସି। ଆରସିବି ପରିବାରକୁ ଆପଣଙ୍କୁ ସ୍ୱାଗତ।’

ସଞ୍ଜୟ ବାଙ୍ଗର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ କାମ କରିଆସିଛନ୍ତି। ବାଙ୍ଗର ୨୦୧୪ ଆଇପିଏଲରେ ପଞ୍ଜାବ ଟିମର କୋଚ୍ ଥିଲେ। ତାଙ୍କ ମାର୍ଗଦର୍ଶନରେ ପଞ୍ଜାବ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ୪୮ ବର୍ଷୀୟ ବାଙ୍ଗର ଇଣ୍ଡିଆ-ଏ ଓ ପୂର୍ବତନ ଆଇପିଏଲ୍ ଟିମ୍ କୋଚି ଟସ୍କର୍ସର ମଧ୍ୟ କୋଚ୍ ରହିସାରିଛନ୍ତି।

ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କୋଚ୍ ମାଇକ୍ ହେସନ୍ ଆରସିବି ଟିମର ଡାଇରେକ୍ଟର ଅଫ୍ କ୍ରିକେଟ୍ ଅଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସାଇମନ୍ କାଟିଚ୍ ଟିମର ମୁଖ୍ୟ କୋଚ୍ ଅଛନ୍ତି। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ଚଳିତ ସଂସ୍କରଣ ପାଇଁ ୧୦ଜଣ ଖେଳାଳିଙ୍କୁ ରିଲିଜ୍ କରିଛି। ଏହି ସିଜନ୍ ପାଇଁ ଖେଳାଳିଙ୍କ ଅକ୍ସନ୍ ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବ, ଯେଉଁଥିରେ ଆରସିବି କିଛି ବଡ଼ ଖେଳାଳିଙ୍କୁ କିଣିବାକୁ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ, ଆଇପିଏଲ୍ ଇତିହାସରେ ଆରସିବିର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ରହିନାହିଁ। ଆରସିବି ଥରେ ବି ଆଇପିଏଲ୍ ଟ୍ରଫି ଜିତିପାରିନାହିଁ। ଆରସିବି ୨୦୦୯, ୨୦୧୧ ଓ ୨୦୧୬ ସଂସ୍କରଣରେ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଟାଇଟଲରୁ ବଞ୍ଚିତ ହୋଇଥିଲା। ହେଲେ ଏଥର ବିରାଟ ସେନା ନୂଆ ଆଶା ସହ ମଇଦାନକୁ ଓହ୍ଲାଇବାକୁ ଚାହିଁବ। ଆଇପିଏଲର ୧୪ଶ ସଂସ୍କରଣ ଭାରତରେ ଆୟୋଜିତ ହେବାର ସମ୍ଭାବନା ରହିଛି। କରୋନା ମହାମାରୀ କାରଣରୁ ୨୦୨୦ ଆଇପିଏଲ୍ ୟୁଏଇରେ ହୋଇଥିଲା, ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍ ହୋଇଥିଲା।

The post ବିରାଟ୍ କୋହଲିଙ୍କ ଟିମ୍‌ରେ ସଞ୍ଜୟ ବାଙ୍ଗରଙ୍କୁ ବଡ଼ ଦାୟିତ୍ୱ appeared first on Odisha Reporter.



from Odisha Reporter https://ift.tt/3q7N9g6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages