ସଚିନ ଓ ବିରାଟଙ୍କୁ ପାଲଟା ଜବାବ ଦେଲେ ଶଶି ଥରୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 3, 2021

ସଚିନ ଓ ବିରାଟଙ୍କୁ ପାଲଟା ଜବାବ ଦେଲେ ଶଶି ଥରୁର

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରର ସେଲେବ୍ରିଟି ସମର୍ଥନ କରିବା ପରେ ଭାରତରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ଅନେକ ବଡ଼ବଡ଼ ସେଲେବ୍ରିଟି ଓ ରାଜନେତା ଖୋଲାଖୋଲି ଭାବେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ବିଦେଶୀ ନାଗରିକଙ୍କୁ ବିରୋଧ କରିଛନ୍ତି।  ଏହି କ୍ରମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ତୁଲକର ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଗତକାଲି ଟୁଇଟ କରି ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଜି ଏହି ଦୁଇ କ୍ରିକେଟରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ଶଶି ଥରୁର।

ଏବେ ସଚିନ ତେନ୍ତୁଲକର ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟାକୁ ନେଇ ପାଲଟା ଜବାବ ଦେଇଛନ୍ତି ଶଶି ଥରୁର। ସେ ଟୁଇଟ କରି କ୍ରିକେଟରଙ୍କୁ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ରର ଜିଦଖୋର ମନଭାବ ଏବଂ ଅଲୋକତାନ୍ତ୍ରିକ ବ୍ୟବହାର ଯୋଗୁଁ ଆଜି ବିଶ୍ୱ ଦରବାରରେ ଭାରତର ଛବି ଖରାପ ହୋଇଛି। କ୍ରିକେଟରଙ୍କ ଟୁଇଟ ଏହାକୁ ସୁଧାରି ପାରିବ ନାହିଁ।” ପାଶ୍ଚାତ୍ୟ ଦେଶର ବ୍ୟକ୍ତିବିଶେଷ ଭାରତ ସରକାରଙ୍କୁ ଏଭଳି ଟାର୍ଗେଟ କରିବା ସବୁଠାରୁ ଲଜ୍ଜାଜନକ ବୋଲି ସେ କହିଛନ୍ତି।


ସୂଚନା ଯୋଗ୍ୟ ଯେ, ଗତକାଲି ହଲିଉଡର ପ୍ରସିଦ୍ଧ ପପ୍ ସିଙ୍ଗର ରିହାନା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏକ ଟୁଇଟ କରିଥିଲେ। ଏହାକୁ ନେଇ ସୋଲାଲ ମିଡିଆରେ ଝଡ ସୃଷ୍ଟି ହୋଇଥିଲା। ଏହାପରେ ଚାରିଆଡୁ ତାଙ୍କୁ ବିରୋଧ କରାଯାଉଛି। ଏହି କ୍ରମରେ ଗତକାଲି ପୂର୍ବତନ ଭାରତୀୟ କ୍ରିକେଟର ସଚିନ ଟୁଇଟ କରି କହିଥିଲେ ଯେ, ଭାରତର ସାର୍ବଭୌମତ୍ୱରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ। ବାହାର ଶକ୍ତି କେବଳ ଏହାକୁ ଦେଖି ପାରିବେ, କେବେ ହେଲେ ଏଥିରେ ଭାଗଦାରୀ ହୋଇପାରିବେ ନାହିଁ। ଭାରତୀୟମାନେ ଭାରତକୁ ଜାଣିଛନ୍ତି। ସେମାନେ ଭାରତ ପାଇଁ ଫୈସଲା କରିପାରିବେ। ଆସନ୍ତୁ ସମସ୍ତେ ଗୋଟିଏ ଦେଶ ଭଳି ଏକାଠି ରହିବା।” ସଚିନଙ୍କ ପରେ ବିରାଟ କୋହଲି, ଅନିଲ କୁମ୍ଭଲେ ଓ ରବି ଶାସ୍ତ୍ରୀ ମଧ୍ୟ ଟୁଇଟ କରି ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

The post ସଚିନ ଓ ବିରାଟଙ୍କୁ ପାଲଟା ଜବାବ ଦେଲେ ଶଶି ଥରୁର appeared first on Odisha Reporter.



from Odisha Reporter https://ift.tt/3rlVIEo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages