ନୂଆଦିଲ୍ଲୀ: ବିବାହ କଲେ ରାଜସ୍ଥାନ ରୋୟାଲ୍ସର ଫାଷ୍ଟ୍ ବୋଲର ଜୟଦେବ ଉନଦକତ। ମଙ୍ଗଳବାର (ଫେବ୍ରୁଆରୀ ୨ ତାରିଖ) ସେ ବିବାହ କରିଛନ୍ତି। ତେବେ ଗତକାଲି ସୋଶାଲ୍ ମିଡିଆ ଯୋଗେ ସେ ଏହି ସୂଚନା ଦେଇଛନ୍ତି। ତାଙ୍କ ପତ୍ନୀଙ୍କ ନାଁ ରିନ୍ନୀ।
ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ଜୟଦେବଙ୍କ ନିର୍ବନ୍ଧ ହୋଇଥିଲା। ମଙ୍ଗଳବାର ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ତାଙ୍କ ବାହାଘର ସଂପନ୍ନ ହୋଇଥିଲା।
ଜୟଦେବ ସୋଶାଲ୍ ମିଡିଆରେ ତାଙ୍କ ପତ୍ନୀଙ୍କ ସହିତ ଉଠାଇଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଏହା ସହିତ ଏକ ଲେଖା ପୋଷ୍ଟ କରି ଜୟଦେବ କହିଛନ୍ତି, ଆମ ବିବାହ ବିଷୟରେ ସମସ୍ତଙ୍କୁ ଜଣାଇ ଆମେ ବହୁତ ଖୁସି। ଆପଣମାନେ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଆମେ କୃତଜ୍ଞ। ଆମର ନୂଆ ଯାତ୍ରା ପାଇଁ ଆମେ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛୁ। ଜୟଦେବ ଉଦନକତ ଏହି ଟ୍ୱିଟ୍ କରିବା ପରେ ତାଙ୍କ ପାଖକୁ ସୋଶାଲ୍ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଥିଲା।
2.02.2021! pic.twitter.com/J9wAop6gMO
— Jaydev Unadkat (@JUnadkat) February 3, 2021
ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ଜୟଦେବ ୬ଟି ୱିକେଟ୍ ନେଇଥିଲେ। କିନ୍ତୁ ସୌରାଷ୍ଟ୍ରକୁ ନକ୍ଆଉଟ୍ସକୁ ନେବାରେ ବିଫଳ ହୋଇଥିଲେ।
ଏହି ବାମହାତୀ ପେସରଙ୍କୁ ଆଗାମୀ ଆଇପିଏଲ୍ରେ ପୁଣି ଦେଖିବାକୁ ମିଳିବ। ସେ ରାଜସ୍ଥାନ ରୋୟାଲ୍ସ ପକ୍ଷରୁ ଖେଳିବେ। ସୂଚନାଯୋଗ୍ୟ, ଆଇପିଏଲର ୨୦୧୮ ସଂସ୍କରଣରେ ଦ୍ୱିତୀୟ ସର୍ବାଧିକ ଦାମୀ ଖେଳାଳି ଥିଲେ ଜୟଦେବ ଉନଦକତ। ତାଙ୍କୁ ରାଜସ୍ଥାନ ୧୧.୫ କୋଟିରେ କିଣିଥିଲା। ତେବେ ସେହି ସଂସ୍କରଣରେ ସେ ସେମିତି କିଛି ଜଲ୍ୱା ଦେଖାଇ ପାରି ନଥିଲେ। ସେ ୧୫ଟି ମ୍ୟାଚ୍ରୁ ୧୧ଟି ୱିକେଟ୍ ହାସଲ କରିଥିଲେ।
The post ବାହା ହେଲେ ଜୟଦେବ appeared first on Odisha Reporter.
from Odisha Reporter https://ift.tt/3tsZTjE
No comments:
Post a Comment