ଝାଟିମାଟି ଘରେ ବିତୁଛି ବ୍ଲକ ଅଧ୍ୟକ୍ଷାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ଝାଟିମାଟି ଘରେ ବିତୁଛି ବ୍ଲକ ଅଧ୍ୟକ୍ଷାଙ୍କ ଜୀବନ

ଯାଜପୁର (ଅଭୟ ପତି): ଝାଟିମାଟିର ଭଙ୍ଗା କୁଡ଼ିଆ। କେଉଁଠି ଚାଳ ଛପର ଉଡିଯାଇଛି ତ ଆଉ କେଉଁଠି କାନ୍ଥରୁ ମାଟି  ଖସିଯାଇଛି। ଖରାବର୍ଷାରୁ ରକ୍ଷା ପାଇଁ ପଲିଥିନ ସାଜିଛି ଭରସା। ବାହାର ବାରଣ୍ଡାରେ ଚାଲିଛି ରୋଷେଇବାସ। ଆମେ ଏଠି କୌଣସି ଦିନ ଦରିଦ୍ରଙ୍କ କଥା କହୁନାହୁଁ, ଏଭଳି କିଛି ଜୀବନ ବିତାଉଛନ୍ତି ଯାଜପୁର କୋରେଇ ବ୍ଲକ ଅଧ୍ୟକ୍ଷା ମାଳତୀ ଟୁଡୁ।

ବ୍ଲକ ଅଧ୍ୟକ୍ଷା ମାଳତୀ ଟୁଡୁ, ତାଙ୍କ ସ୍ୱାମୀ ଓ ପୁଅ

ସେ ଥିଲେ ଜଣେ ଦିନ ମଜୁରିଆ। ମଜୁରୀ ଲାଗି ଚଳୁଥିଲା। କିନ୍ତୁ ଭାଗ୍ୟଚକ୍ର ଏପରି ଯେ, ତାଙ୍କ ମୁଣ୍ଡରେ ହାତୀ ସୁନା କଳସି ଢାଳିଛି। ଆଉ ସେ ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ର୍ନିବାଚନ ମଣ୍ଡଳୀ କୋରେଇ ବ୍ଲକର ଅଧ୍ୟକ୍ଷା। ହେଲେ ଲୋକଙ୍କ ସମସ୍ୟା ବୁଝୁବୁଝୁ ନିଜପାଇଁ ଘର ଖଣ୍ଡେ ମଧ୍ୟ କରି ପାରିନାହାନ୍ତି ମାଳତୀ। ପାଲଟଣା ଭଙ୍ଗା ଚାଳଘରେ ରହୁଛନ୍ତି। ପଚାରିଲେ କୁହନ୍ତି, ‘ଲୋକଙ୍କ ସେବା ମାଧବ ସେବା, ମୋର ଏଇଥିରେ ଆନନ୍ଦ’।

ସ୍ୱାମୀ ଓ ଦୁଇ ପୁଅକୁ ନେଇ ଭଙ୍ଗା ଦଦରା ଘରେ ରହି ଆସୁଛନ୍ତି ମାଳତୀ। ଫୋନି ଓ ଅମ୍ପନ ବାତ୍ୟାରେ ଚାଳ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେ ବି ମିଳିନି ସରକାରୀ ସହାୟତା। ତା’ ଛଡ଼ା ସମ୍ବଳ ଅଭାବରୁ ନିଜେ ମଧ୍ୟ ଘର ଖଣ୍ଡେ କରିପାରି ନାହାନ୍ତି।

ସ୍ୱାମୀ ମୂଲ ମଜୁରୀ ଲାଗି ଯାହା ଆଣନ୍ତି ସେଇଥିରେ ପରିବାର ଚଳେ। ଫନି ବାତ୍ୟା ପରେ ଚାଳ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବାପରେ ଏହା କଡରେ ସିମେଣ୍ଟ କାନ୍ଥ ଉପରେ ବାଉଁଶ ସାହାଯ୍ୟରେ ଟିଣ ପକାଇ ରହୁଛନ୍ତି। ମାଆ-ପୁଅ ଟିଣ ଘରେ ଶୋଉଥିବା ବେଳେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସେଇ ପୁରୁଣା ଚାଳ ଛପର ଘରେ ରହୁଛନ୍ତି। ସାଧାସିଧା ମାଳତୀ ଅଭାବ ଅନାଟନରେ ରହୁଥିଲେ ମଧ୍ୟ ନିଜର ସ୍ୱାମୀ, ଦୁଇପୁଅଙ୍କୁ ନେଇ ଗର୍ବିତ ବୋଲି କହିଛନ୍ତି।

୨୦୧୭ରେ ଜିତିଥିଲେ ନିର୍ବାଚନ

୨୦୧୭ରେ ପ୍ରଥମ ଥର ଲାଗି ପଞ୍ଚାୟତ ସମିତି ମେମ୍ବର ଭାବେ ଜିତିଥିଲେ ମାଳତୀ। ବ୍ଲକରେ ସେହି ବର୍ଷ ଅଧକ୍ଷ ପଦ ସାଧାରଣ ବର୍ଗଙ୍କ ପାଇଁ ନଥିଲା ତେଣୁ ମାଳତୀଙ୍କୁ ଏହି ପଦବୀ ନିମନ୍ତେ ମନୋନୀତ କରାଯାଇଥିଲା । ଦୁର୍ନୀତିର ପାଖ ମାଡ଼ି ନଥିବା ମାଳତୀଙ୍କ ପରି ଜଣେ ସ୍ତ୍ରୀଙ୍କୁ ପାଇ ତାଙ୍କ ସ୍ୱାମୀ ମଧ୍ୟ ଗର୍ବ ଅନୁଭବ କରନ୍ତି। ଅନ୍ୟପଟେ ମାଳତୀଙ୍କୁ ସରକାରଙ୍କ ପକ୍ଷରୁ ଘର ଖଣ୍ଡେ ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

The post ଝାଟିମାଟି ଘରେ ବିତୁଛି ବ୍ଲକ ଅଧ୍ୟକ୍ଷାଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/2NCWIWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages