ବେଙ୍ଗାଲୁରୁରେ ଆରମ୍ଭ ହେଲା ଏରୋ ଇଣ୍ଡିଆ ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

ବେଙ୍ଗାଲୁରୁରେ ଆରମ୍ଭ ହେଲା ଏରୋ ଇଣ୍ଡିଆ ଶୋ’

ବେଙ୍ଗାଲୁରୁ: ବେଙ୍ଗାଲୁରୁର ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜି ୧୩ତମ ଏରୋ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଏହି ଶୋ’ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଉଦଘାଟନୀ ସମାରୋହରେ LCA ତେଜସ୍, ରାଫେଲ୍ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟରର ଉଡ଼ାଣ ଦେଖିବାକୁ ମିଳିଛି। ଭାରତୀୟ ବାୟୁସେନା, ସ୍ଥଳ ସେନା, ନୌସେନା, ହାଲ, ତଟରକ୍ଷୀ ବାହିନୀର ଅନେକ ବିମାନ ଏହି ପ୍ରଦର୍ଶନୀରେ ସାମିଲ ହେବେ।

ପ୍ରଥମ ଥର ପାଇଁ ଏହି ଏୟାର ଶୋ’ ହାଇବ୍ରିଡ୍ ମୋଡରେ ହୋଇଛି। ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଅତ୍ୟାଧୁନିକ ବିମାନର ଉଡାଣ ସହ ଭର୍ଚୁଆଲ ମୋଡରେ ମଧ୍ୟ ଅନେକ ଦେଶ ଭାଗ ନେଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ଥିବା ୧୪ଟି ଦେଶର ୭୮ଟି କଂପାନୀ ଏଥିରେ ସାମିଲ ହୋଇଛନ୍ତି। ଡିଆରଡିଓ ପକ୍ଷରୁ ତିନି ଦିନ ଧରି ହେବାକୁ ଥିବା ଏରୋ ଇଣ୍ଡିଆ ଶୋ’ରେ ଉଭୟ ଫିଜିକାଲ୍ ଓ ଭର୍ଚୁଆଲ୍ ଏୟାର ଶୋ’ ଦେଖିବାକୁ ମିଳିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏରୋ ଇଣ୍ଡିଆ ଶୋ’କୁ ଉଦଘାଟନ କରିଛନ୍ତି। ସିଡିଏସ ବିପିନ ରାୱତଙ୍କ ସହ ତିନି ସେନାର ମୁଖ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜନାଥ କହିଛନ୍ତି, ମୋଦି ସରକାର ଦେଶର ସୁରକ୍ଷା ପଦ୍ଧତିକୁ ଅଧିକ ମଜଭୁତ୍ କରିବା ଲାଗି ଅନେକ ପଦକ୍ଷେପ ଉଠାଇଛନ୍ତି। ବୃହତ ଓ ଜଟିଳ ପ୍ରତିରକ୍ଷା ପ୍ଲାଟଫର୍ମର ଘରୋଇ ନିର୍ମାଣ ଦ୍ୱାରା ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ଫୋକସ୍ କରାଯାଇଛି। ଏହାସହ ଆଗାମୀ ୭-୮ ବର୍ଷ ପାଇଁ ସେନାର ଆଧୁନିକୀକରଣ ଉପରେ ୧୩୦ ବିଲିୟନ୍ ଡଲାର ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି।

ରାଜନାଥ ଆହୁରି କହିଛନ୍ତି, ଏରୋ ଇଣ୍ଡିଆର ୨୦୨୧ ଆମ ଦେଶର ପ୍ରତିରକ୍ଷା ଓ ଏରୋସ୍ପେଶ୍ କ୍ଷେତ୍ରରେ ଭାରତର ବିଶାଳ ସମ୍ଭାବନା ଓ ବିଭିନ୍ନ ସୁଯୋଗକୁ ପ୍ରଦର୍ଶିତ କରିବ। ଏହାବ୍ୟତୀତ ଏହା ପୁଞ୍ଜି ନିବେଶକୁ ବଢ଼ାଇବା, ଉତ୍ପାଦନକୁ ବିସ୍ତାର କରିବ, ଉଦ୍ୟୋଗଗୁଡ଼ିକ ସମର୍ଥନ କରିବ, ଟେକ୍ନୋଲୋଜି ସ୍ତରକୁ ବୃଦ୍ଧି ଏବଂ ଦେଶର ଆର୍ଥିକ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରିବ।

ବାୟୁସେନା ପାଇଁ ୮୩ ତେଜସ୍ କିଣିବା ପାଇଁ HAL ସହ ଡିଲ୍ ଫାଇନାଲ୍ ହୋଇଛି। ୪୮ ହଜାର କୋଟି ଟଙ୍କାରେ ଏହା ଘରୋଇ ପ୍ରତିରକ୍ଷା ଡିଲ୍ ହୋଇଚି। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ତେଜସର ନୂଆ ଉତ୍ପାଦ ୟୁନିଟର ଉଦଘାଟନ କରିଥିଲେ।

The post ବେଙ୍ଗାଲୁରୁରେ ଆରମ୍ଭ ହେଲା ଏରୋ ଇଣ୍ଡିଆ ଶୋ’ appeared first on Odisha Reporter.



from Odisha Reporter https://ift.tt/3cB6rXp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages