ଅଫିସରେ ଦିଆଯିବ କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅଫିସରେ ଦିଆଯିବ କରୋନା ଟିକା। କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କୋଭିଡ୍ ଭ୍ୟାକସିନ ଦିଆଯିବ। ଆସନ୍ତା ୬ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ଦିଆଯିବ।

୩ ସପ୍ତାହ ମଧ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।  ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଜଣଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି। ଚିହ୍ନଟ ପରେ ସେମାନଙ୍କୁ ସେମାନଙ୍କ ଅଫିସରେ ଟିକା ଦିଆଯିବ।

ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଓ ୮୩ ବଜାର ୫ ଶହ କୋଭାକ୍ସିନ ଟିକା ଆସିଛି।  ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟୀକା ଦିଆଯାଇଛି।  ଯାହା ୬୨ ପ୍ରତିଶତ। ୧୦ ତାରିଖ ଭିତରେ ପ୍ରଥମ ଫେଜ ଟିକାକରଣ ସାରିବାରୁ ଲକ୍ଷ୍ୟ ରଖାଯାଇଛି।  ଫେବ୍ରୁଆରୀ ୧୫ରୁ ଦ୍ୱିତୀୟ ଫେଜ୍ ଡୋଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

The post ଅଫିସରେ ଦିଆଯିବ କରୋନା ଟିକା appeared first on Odisha Reporter.



from Odisha Reporter https://ift.tt/3reLkhy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages