ଚାଲିଗଲେ ଅଭିନେତା ରାଜୀବ କପୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ଚାଲିଗଲେ ଅଭିନେତା ରାଜୀବ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜୀବ କପୁରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

ରାଜୀବଙ୍କର ଆଜି ହୃଦ୍‌ଘାତ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ରାଜୀବଙ୍କ ଭାଉଜ ତଥା ଅଭିନେତ୍ରୀ ନୀତୁ କପୁର (ସ୍ୱର୍ଗତ ରୁଷି କପୁରଙ୍କ ପତ୍ନୀ) ସୋଶାଲ୍ ମିଡିଆରେ ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି।

ରାଜୀବ କପୁର ଏକା ଧାରରେ ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ। ସେ କପୁର ପରିବାରର ଥିଲେ। ସେ ରାଜ କପୁରଙ୍କ ପୁଅ ଥିଲେ। ରଣଧୀର କପୁର ଓ ରୁଷି କପୁର ହେଉଛନ୍ତି ତାଙ୍କ ଭାଇ। ରୁଷି କପୁରଙ୍କର ଗତ ବର୍ଷ ପରଲୋକ ହୋଇଯାଇଥିଲା।

‘ରାମ୍ ତେରୀ ଗଙ୍ଗା ମୈଲି’ ଫିଲ୍ମ ପାଇଁ ରାଜୀବ କପୁରଙ୍କୁ ପ୍ରସିଦ୍ଧି ମିଳିଥିଲା। ୧୯୮୩ରେ ‘ଏକ ଜାନ୍ ହେଁ ହମ୍’ ଥିଲା ତାଙ୍କର ଡେବ୍ୟୁ ଫିଲ୍ମ। ସେ ଅଭିନୟ କରିଥିବା ଅନ୍ୟ ଫିଲ୍ମ ମଧ୍ୟରେ ରହିଛି ଆସ୍‌ମାନ୍‌, ଲଭର ବୟ, ଜବରଦସ୍ତ ଓ ହମ୍‌ ତୋ ଚଲେ ପରଦେଶ। ଶେଷଥର ପାଇଁ ୧୯୯୦ରେ ଫିଲ୍ମ ଜିମ୍ମେଦାରରେ ତାଙ୍କୁ ଦେଖିବାକୁ ମିଳିଥିଲା।

୧୯୯୬ରେ ରାଜୀବ କପୁର ‘ପ୍ରେମ୍ ଗନ୍ଥ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେ ୧୯୯୯ ମସିହାରେ ‘ଆ ଅବ୍ ଲୌଟ୍ ଚଲେଁ’ ଫିଲ୍ମର ପ୍ରଯୋଜନା କରିଥିଲେ।

ରାଜୀବଙ୍କ ପରଲୋକରେ ବଲିଉଡ୍‌ ସହିତ ଜଡ଼ିତ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି। ତା’ସହିତ ବିଭିନ୍ନ ବର୍ଗର ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି।

 

 

 

The post ଚାଲିଗଲେ ଅଭିନେତା ରାଜୀବ କପୁର appeared first on Odisha Reporter.



from Odisha Reporter https://ift.tt/3jvu7h2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages