ଗୁଲାମଙ୍କୁ ସାଲ୍ୟୁଟ୍ କରି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ଗୁଲାମଙ୍କୁ ସାଲ୍ୟୁଟ୍ କରି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ୪ ସାଂସଦଙ୍କ ବିଦାୟୀ ସମାରୋହକୁ ନେଇ ଅଭିଭାଷଣ ଦେଇଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ମୋଦି ଗୃହରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କୁ ଅଧିକ ପ୍ରଶଂସା କରିଛନ୍ତି। ଗୁଲାମ ନବୀ ଆଜାଦଙ୍କୁ ପ୍ରଶଂସା କରି ପିଏମ୍ ମୋଦି ଖୁବ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। ନିଜର ଅଭିଭାଷଣ ବେଳେ ପିଏମ୍ ମୋଦି ଗୁଲାମଙ୍କ ସମ୍ବନ୍ଧିତ ଅନେକ ମାନବୀୟ ଘଟଣାକୁ ଉଲ୍ଲେଖ କରିଛନ୍ତି। ଏପରିକି ପିଏମ୍ ମୋଦି ଗୁଲାମ ନବୀ ଆଜାଦଙ୍କର ଅନେକ ବିଶେଷତ୍ୱକୁ ମଧ୍ୟ ମନେ ପକାଇଛନ୍ତି ଏବଂ ଏହି ବିଶେଷ କଥା ପାଇଁ ମୋଦି ତାଙ୍କୁ ସାଲ୍ୟୁଟ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପଦବୀ ଓ କ୍ଷମତା ଯିବା ଆସିବା ଜାରି ରହିବ, କିନ୍ତୁ ଏହାକୁ କିପରି କାଏମ ରଖିବାକୁ ହେବ ତାହା ଗୁଲାମ ନବୀ ଆଜାଦଙ୍କଠାରୁ ଶିଖିବାକୁ ପଡ଼ିବ। ମୋଦି କହିଛନ୍ତି, ‘ବଡ଼ ସଂଖ୍ୟାରେ ଗୁଜରାଟରୁ କିଛି ଟୁରିଷ୍ଟ କଶ୍ମୀର ଯାଆନ୍ତି। ଗୁଲାମ ନବୀଙ୍କ କାର୍ଯ୍ୟକାଳ ମଧ୍ୟରେ ଟୁରିଷ୍ଟ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ପାଖାପାଖି ୮ଜଣ ଲୋକ ମୃତ୍ୟୁବରଣ କରିଥିଲେ। ସର୍ବପ୍ରଥମେ ଗୁଲାମ ନବୀ ଜୀ ମୋତେ ଫୋନ୍ କରିଥିଲେ। ସେହି ଫୋନ୍ କେବଳ ସୂଚନା ଦେବା ପାଇଁ ନଥିଲା।

ଫୋନରେ କଥା ହେଲା ବେଳେ ତାଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା। ସେହି ସମୟରେ ପ୍ରଣବ ମୁଖାର୍ଜୀ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ମୁଁ ତାଙ୍କୁ ଫୋନ୍ କରିଥିଲି ଏବଂ ମୃତଦେହକୁ ଆଣିବା ପାଇଁ ଫୋର୍ସର ଏକ ବିମାନ ବନ୍ଦୋବସ୍ଥ ପାଇଁ କହିଥିଲି। ଶ୍ରୀ ମୁଖାର୍ଜୀ ମୋତେ ଚିନ୍ତା ନକରିବାକୁ କହିଥିଲେ। ଏହା ପରେ ରାତି ପୁଣି ଗୁଲାମ ନବୀ ଆଜାଦଙ୍କର ଫୋନ୍ ଆସିଥିଲା। ସେହି ସମୟରେ ସେ ଏୟାରପୋର୍ଟରେ ଥିଲେ। ସେ ମୋତେ ଯେଉଁଭଳି କଥା ହେଲେ, ଲାଗୁଥିଲା ଯେପରି ତାଙ୍କ ପରିବାରର କୌଣସି ସଦସ୍ୟକୁ ସେ ହରାଇଛନ୍ତି।’

ସେହି ସମୟର ଏହି ଘଟଣାକୁ ମନେ ପକାଇ ମୋଦି ଗୁଲାମ ନବୀ ଆଜାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୁଲାମ ନବୀ ମଧ୍ୟ ହାତ ଯୋଡ଼ି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦି କହିଛନ୍ତି, ‘ଏହା ମୋ ପାଇଁ ଭାବବିହ୍ୱଳ ମୁହୂର୍ତ୍ତ ଥିଲା। ସେହି ଘଟଣାର ପରବର୍ତ୍ତୀ ଦିନ ପୁଣିଥରେ ଫୋନ୍ ଆସିଥିଲା ଏବଂ ଗୁଲାମ ନବୀ ଆଜାଦ କହିଥିଲେ ଯେ ମୋଦି ଜୀ ସବୁ ଲୋକେ ପହଞ୍ଚିଗଲେ। ମୁଁ ଏକ ବନ୍ଧୁ ଭାବେ ଗୁଲାମ ନବୀ ଆଜାଦଙ୍କ ଅଭିଜ୍ଞତାକୁ ସମ୍ମାନ କରୁଛି।’ ସୂଚନାଯୋଗ୍ୟ, ଯେତେବେଳେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଗୁଲାମ ନବୀ ଜମ୍ମୁ ଓ କାଶ୍ମୀରର ବି ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ଏକ ଘଟଣା ଯାହା ଉଭୟଙ୍କ ସ୍ମୃତିରେ ସବୁବେଳେ ତାଜା ହୋଇ ରହିଛି।

The post ଗୁଲାମଙ୍କୁ ସାଲ୍ୟୁଟ୍ କରି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3rBZny0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages