ଭଲ ପାଇ ବାହା ହୋଇଥିଲି, କିନ୍ତୁ ୪ ଦିନ ପରେ ସେ ପଳାଇଥିଲେ: ପ୍ରୀତିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ଭଲ ପାଇ ବାହା ହୋଇଥିଲି, କିନ୍ତୁ ୪ ଦିନ ପରେ ସେ ପଳାଇଥିଲେ: ପ୍ରୀତିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପୁଷ୍ପଲତାଙ୍କୁ ବହୁତ ଭଲ ପାଉଥିଲି। ସେ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କ ୨ ଝିଅ ଥିବା ଜାଣି ମଧ୍ୟ ବିବାହ କରିଥିଲି। ହେଲେ ବିବାହର ୪  ଦିନ ପରେ ସେ କାହାକୁ କିଛି ନ କହି କୁଆଡ଼େ ଚାଲିଯାଇଥିଲେ। ସଞ୍ଜୟ ଦାସ ନାମକ ଯୁବକ ସହ ତାଙ୍କ ସମ୍ପର୍କ ଥିବା କଥା କିଛି ଜାଣି ନ ଥିଲି। ” ଦୀର୍ଘ ୭ ଦିନର ଖୋଳତାଡ଼ ପରେ ମୁଣ୍ଡବିହୀନ ମୃତଦେହ ପୁଷ୍ପଲତା ରାଉଳ ନାମ୍ନୀ ମହିଳାଙ୍କର ବୋଲି ପୁଲିସ୍‌ ସୂଚନା ଦେବା ପରେ ଏପରି କହିଛନ୍ତି ତାଙ୍କ ସ୍ୱାମୀ ପ୍ରୀତିରଞ୍ଜନ।

ଏନେଇ ପ୍ରୀତିରଞ୍ଜନ କହିଛନ୍ତି, ଆମ ଉଭୟ ପରସ୍ପରକୁ ଖୁବ୍‌ ଭଲ ପାଉଥିଲୁ।  ତେଣୁ ସବୁ ଜାଣି ବି ମାସେ ପୂର୍ବେ ଆମୋଫୋଇରେ ତାଙ୍କୁ ବିବାହ କରିଥିଲି। ହେଲେ ସଞ୍ଜୟ ସହ ସମ୍ପର୍କ ବିଷୟରେ କିଛି ବି ଜାଣି ନ ଥିଲି। ବିବାହର ୪ ଦିନ ପରେ ସେ ଲୁଚିକି ପଳେଇଲେ । ମୁଁ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲି।  ଏନେଇ ଶାଶୁଙ୍କୁ ଜଣାଇଥିଲି। ମୁଁ ସକାଳେ ଡ୍ୟୁଟିକୁ ଯାଇ ରାତିରେ ଫେରୁଥିଲି। ତେଣୁ କିଛି ଖବର ପାଇପାରୁ ନ ଥିଲି। ରାଜଧାନୀରୁ ମୁଣ୍ଡବିହୀନ ଶବ ମିଳିବା ଘଟଣା କିଛି ବି ଜାଣି ନ ଥିଲି। ଏନେଇ ପୁଷ୍ପଲତାଙ୍କ ସାନ ଭିଣୋଇ ମତେ ଜଣାଇଥିଲେ। ଫେସ୍‌ବୁକ୍‌, ୟୁଟୁବ୍‌ରୁ ଭିଡ଼ିଓ ଦେଖିଲି। ହେଲେ ଭାବି ପାରୁ  ନ ଥିଲି ସେ ମୋ ପୁଷ୍ପା ବୋଲି।

ଏହାପରେ ତାଙ୍କ ମା’ଙ୍କୁ  ଫୋନ୍‌ କଲି। ଏହାପରେ ସେ  ଫୋନ୍‌ କରି ସଞ୍ଜୟ ଘରକୁ ଯାଉଛି, ଦେଖିକି ଆସିବି ବୋଲି କହିଲେ। ଏହାପରେ ସେଠାକୁ ଯାଇ ଘରେ ତାଲା ପଡ଼ିଥିବା କହିଲେ। ପଚରାପଚରି କରିବାରୁ ଗୁରୁବାରଠୁ ତାଲା ପଡ଼ିଥିବା ଜାଣିବାକୁ ପାଇଲେ। ଏହାପରେ ସେହିଦିନ ସନ୍ଧ୍ୟାରେ ଥାନାରେ ଏତଲା ଦେଇଥିଲା।  ତା’ ପରେ ମୁଁ ବି ଥାନାକୁ ଯାଇ କଥା ହେଲି।  ପୁଷ୍ପଲତାଙ୍କ ହତ୍ୟାକାରୀକୁ ଫାଶି ଦିଆଯାଉ କହିଛନ୍ତି ପ୍ରୀତିରଞ୍ଜନ ପତି।

ସୂଚନାଯୋଗ୍ୟ, ଦୀର୍ଘ ୭ ଦିନର ଖୋଳତାଡ଼ ପରେ ଗତକାଲି ମହିଳାଙ୍କ ମୁଣ୍ଡ ଜବତ କଲା ପୁଲିସ୍‌। ଏହାପରେ ପ୍ରେସମିଟରେ ହତ୍ୟା ରହସ୍ୟର ଖୁଲାସା କରି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରାଯାଇଥିବା କହିଲେ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଏଥିସହ ସିପି କହିଲେ, ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବର୍ଷ। ମଞ୍ଚେଶ୍ୱର ଥାନାର ଧିରିକୁଟି ବସ୍ତିରେ ରହୁଥିଲେ। ସ୍ୱାମୀଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ସଞ୍ଜୟ ଓରଫ୍ ଅଙ୍ଗଦ ଦାସଙ୍କ ସମ୍ପର୍କରେ ଆସିଥିଲେ ପୁଷ୍ପଲତା । ଆଗରୁ ସଞ୍ଜୟ ମୃତ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲେ। ତେଣୁ ଗତ ୬ ‍ବର୍ଷ ହେଲା ଉଭୟେ ଉଭୟଙ୍କୁ ଜାଣିଥିଲେ। ପରେ ପୁଷ୍ପଲତା ତାରିଣୀନଗର ବସ୍ତିରେ ନିଜେ  ଘରେ କରି ଏକା ରହୁଥିଲେ। କିନ୍ତୁ ମଝିରେ ମଝିରେ ସଞ୍ଜୟ  ଘରକୁ ଯିବାଆସିବା କରୁଥିଲେ  ।

ତେବେ ପୁଷ୍ପଲତା କିଛି ଦିନ ପୂର୍ବରୁ ପ୍ରୀତିରଂଜନ ନାମକ ଭଦ୍ରକର ଜଣେ ଯୁବକଙ୍କୁ ଆମୋଫୋଇରେ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ। ଏହି ବିବାହକୁ ନେଇ ସଞ୍ଜୟ ଓ ପୁଷ୍ପଲତା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ନେଇ ସଞ୍ଜୟ ପ୍ରତିଶୋଧ ପରାୟଣ ହୋଇ  ପୁଷ୍ପଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।

ଏହାପରେ, ଫେବୃଆରୀ ୩ ତାରିଖ ସନ୍ଧ୍ୟା ୫ଟା ବେଳେ ସଞ୍ଜୟ ପୁଷ୍ପଲତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ତେବେ ହତ୍ୟା ପୂର୍ବରୁ ଫୁଲପ୍ରୁଫ୍ ଯୋଜନା କରିଥିଲା ଅଭିଯୁକ୍ତ। ଆଇଗିଣିଆ ମାର୍କେଟକୁ ଯାଇ ଦୁଇ ହଳ ସର୍ଜିକାଲ୍‌ ଗ୍ଲୋବ୍ସ ଓ ଛୁରୀ କିଣି ଆଣିଥିଲେ ଅଭିଯୁକ୍ତ ଓ ସହଯୋଗୀ । ବସ୍ତିର ଲୋକେ ଶୋଇବା ପରେ ବିଳମ୍ୱିତ ରାତିରେ ସଞ୍ଜୟ ନିଜ ମାଲ୍‌ ବୋଝେଇ ଗାଡ଼ିରେ ପୁଷ୍ପଲତାଙ୍କ ମୃତଦେହକୁ ଲୋଡ୍‌ କରିଥିଲେ। ମୃତଦେହକୁ ଅନ୍ଧାରୁଆ-ଦାସପୁର ରାସ୍ତାରେ ମୃତଦେହ ପକାଇ ଦେଇଥିଲେ। ସେଠାରୁ ପୁଷ୍ପଲତାଙ୍କ ମୁଣ୍ଡକୁ ଛୁରୀରେ କାଟି ନେଲେ। ଖଣ୍ଡଗିରି-ଚନ୍ଦକା ରୋଡ୍‌ର ହାତୀ ଟ୍ରେଞ୍ଚରେ ମୁଣ୍ଡଟିକୁ ପକାଇ ଦେଲେ। ପୁଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଟା ମୁଣ୍ଡ ଜବତ କରିଛି।  ମୁଣ୍ଡବିହୀନ ଶବର ପରିଚୟ ଖୋଜି ପାଇବା ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ଥିଲା।

The post ଭଲ ପାଇ ବାହା ହୋଇଥିଲି, କିନ୍ତୁ ୪ ଦିନ ପରେ ସେ ପଳାଇଥିଲେ: ପ୍ରୀତିରଞ୍ଜନ appeared first on Odisha Reporter.



from Odisha Reporter https://ift.tt/3qg2U4z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages