୧୬ ଫେବ୍ରୁଆରୀ, ମଙ୍ଗଳବାର: ଅପରାହ୍ନରେ ଖୁସିଖବର ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

୧୬ ଫେବ୍ରୁଆରୀ, ମଙ୍ଗଳବାର: ଅପରାହ୍ନରେ ଖୁସିଖବର ମିଳିବ

ମେଷ: ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ସନ୍ତାନମାନଙ୍କ ଖୁସିରେ ବାପାମା’ ଖୁସି ଅନୁଭବ କରିବେ। ପ୍ରତିକାର– ଶ୍ରୀ ହନୁମାନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ବୃଷ: ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଅପରାହ୍ନରେ ଖୁସିଖବର ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଗୁପ୍ତଶତ୍ରୁ କିଛି କ୍ଷତି କରିପାରନ୍ତି। ଜଗିରଖି ଚଳନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତିକାର– ମିଠା ଦହି ଖାଆନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। ମିଡିଆରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ। ପ୍ରତିକାର– ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ।

କର୍କଟ: ରାଜନୀତିରେ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। କ୍ଷୁଦ୍ର ବ୍ୟବସାୟୀମାନେ ଲାଭବାନ ହେବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିକାର– ଧଳା ରୁମାଲ ପାଖରେ ରଖନ୍ତୁ।

ସିଂହ: ପାରିବାରିକ କଳହ ଲାଗି ରହିବ। ଅପମାନିତ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିବେ। ଅପରାହ୍ନରେ ଖୁସି ଖବର ମିଳିବ। ସବୁ ସମସ୍ୟାର ସମାଧାନ ହେବ। ପ୍ରତିକାର- ବେଲଗଛ ମୂଳରେ ଜଳ ଅର୍ପଣ କରନ୍ତୁ।

କନ୍ୟା: ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରକୁ ଅତିଥିଙ୍କ ଆଗମନ ହେବ। ପ୍ରତିକାର– ଗୋଟା ହଳଦୀ ପାଖରେ ରଖନ୍ତୁ।

ତୁଳା: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତା ବଢ଼ିବ। ଅପରାହ୍ନରେ ଖୁସି ଖବର ମିଳିବ। ପ୍ରତିକାର– ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ।

ବିଛା: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପାରିବାରିକ ଜୀବନରେ ଖୁସି ଅନୁଭବ କରିବେ। ପ୍ରତିକାର– ଶ୍ରୀଲକ୍ଷ୍ମୀ ନୃସିଂହଙ୍କ ଦର୍ଶନ କରନ୍ତୁ।

ଧନୁ: କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଅପମାନିତ ହୋଇପାରନ୍ତି। ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ବନ୍ଧୁଙ୍କ ସହଯୋଗ ଲୋଡ଼ିବେ। ପ୍ରତିକାର– ମଥାରେ ହଳଦୀ ଟୀକା ଲଗାନ୍ତୁ।

ମକର: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ବଳାଇବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ଘରକୁ ଅତିଥି ଆସିବେ। ସୁସ୍ୱାଦୁ ଭୋଜନ କରିବେ। ପ୍ରତିକାର– ମହାଦେବଙ୍କୁ କଳା ଅପରାଜିତା ଫୁଲ ଅର୍ପଣ କରନ୍ତୁ।

କୁମ୍ଭ: ବନ୍ଧୁ ସହଯୋଗର ହାତ ବଢ଼ାଇବେ। ଅସୁସ୍ଥ ଅନୁଭବ କରିବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପ୍ରତିକାର– କୁକୁରକୁ ଖାଦ୍ୟ ଦିଅନ୍ତୁ।

ମୀନ: ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ଯୋଗୁଁ ମନ ଖୁସି ରହିବ। ସାଙ୍ଗସାଥୀଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଭ୍ରମଣ ଯୋଗ ମଧ୍ୟ ରହିଛି। ପ୍ରତିକାର– ବୃନ୍ଦାବତୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ।

The post ୧୬ ଫେବ୍ରୁଆରୀ, ମଙ୍ଗଳବାର: ଅପରାହ୍ନରେ ଖୁସିଖବର ମିଳିବ appeared first on Odisha Reporter.



from Odisha Reporter https://ift.tt/3jQwrPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages