ଗାଡ଼ିକୁ ପିଟିଲା ଗାଡ଼ି, ୫ମୃତ, ୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

ଗାଡ଼ିକୁ ପିଟିଲା ଗାଡ଼ି, ୫ମୃତ, ୫ ଆହତ

ମୁମ୍ବାଇ: ଗାଡିକୁ ପିଟିଲା ଗାଡି। ସିରିଜ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ମହାରାଷ୍ଟ୍ର ଖୋପଲି ନିକଟସ୍ଥ ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋ, କାର୍ ଓ ଏକ ଟ୍ରଲର ମଧ୍ୟରେ ପରସ୍ପର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ପୋଲିସର କହିବାନୁସାରେ, ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଅଷ୍ଟବିନାୟକ ଓ ଅନ୍ୟ ୨ ଜଣଙ୍କୁ ବାସୀର ମନପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣେ ଆହତଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ସମସ୍ତ ମୃତଦେହକୁ ଖାପୋଲୀ ହସ୍ପିଟାଲରେ ରଖାଯାଇଛି ।

ତେବେ କିପରି ଏତେ ବଡ ସିରିଜ୍ ଦୁର୍ଘଟଣା ହେଲା ତାହାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଭାରସାମ୍ୟ ହରାଇ ପରସ୍ପର ସହ ଗାଡି ଗୁଡିକ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି।

The post ଗାଡ଼ିକୁ ପିଟିଲା ଗାଡ଼ି, ୫ମୃତ, ୫ ଆହତ appeared first on Odisha Reporter.



from Odisha Reporter https://ift.tt/2OIET8z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages