ମଥୁରା: ଉତ୍ତର ପ୍ରଦେଶର ମଥୁରା ଅନ୍ତର୍ଗତ ଯମୁନା ଏକ୍ସପ୍ରେସ ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଗୋଟିଏ କାର୍ ଉପରେ ଓଲଟି ପଡ଼ିବାରୁ ୭ ଜଣଙ୍କ ଜୀବନ ଯାଇଛି। ମଥୁରା ପୁଲିସ୍ କହିଛି ଯେ ଯମୁନା ଏକ୍ସପ୍ରେସର ନୌଝୀଲ ପୁଲିସ୍ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଦୁଇ ମହିଳାଙ୍କ ସହ ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ତେଲ ଟ୍ୟାଙ୍କରଟି ଆଗ୍ରା ଅଭିମୁଖେ ଯାଉଥିଲା। ସେହିପରି କାର୍ଟି ଆଗ୍ରାରୁ ନୋଏଡା ଯାଉଥିଲା। କିନ୍ତୁ ଟ୍ୟାଙ୍କରଟି ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହୋଇଥିଲା। ଫଳରେ ଏହା ରୋଡର ବିପରୀତ ଦିଗକୁ ଚାଲି ଆସିଥିଲା। ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା କାର୍କୁ ଧକ୍କା ଦେଇ ଏହା ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ କାର୍ରେ ଥିବା ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ବର୍ଗଙ୍କୁ ଚିହ୍ନଟ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। କାର୍ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଏହା ମଧ୍ୟରୁ ବାହାର କରିଥିଲେ। ହେଲେ ସେତେବେଳକୁ ୭ ଜଣଙ୍କ ଜୀବନ ଚାଲି ଯାଇଥିଲା ବୋଲି ସେ କହିଛନ୍ତି।
The post କାର୍ ଉପରେ ଓଲଟି ପଡ଼ିଲା ତେଲ ଟ୍ୟାଙ୍କର, ଚାଲିଗଲା ୭ ଜଣଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3pUMZIc
No comments:
Post a Comment