ପୋଲ ତଳକୁ ଖସିଲା ୨ ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ପୋଲ ତଳକୁ ଖସିଲା ୨ ବାଇକ୍‌

ନୀଳଗିରି(ବିଶ୍ୱମ୍ବର ଦାସ): ପୋଲ ତଳକୁ ଖସିଲା ୨ ବାଇକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଅଭିଷେକ ରାଉତ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୁହାଁମୁହିଁ ଧକ୍କା ହେବା ପରେ ବାଇକ୍‌ ୨ଟି ପୋଲ ତଳକୁ ଖସି ପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ନିଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

ସେମାନଙ୍କ ମଧ୍ୟରୁ ଅଭିଷେକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ ସହ ତଦନ୍ତ ଆରମ୍ଭ କରିଛି।

The post ପୋଲ ତଳକୁ ଖସିଲା ୨ ବାଇକ୍‌ appeared first on Odisha Reporter.



from Odisha Reporter https://ift.tt/37HzJ36

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages