ଆପାର୍ଟମେଣ୍ଟରେ ପାର୍ଟି କରୁଥିଲେ, ୧୦୩ ପଜିଟିଭ ବାହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

ଆପାର୍ଟମେଣ୍ଟରେ ପାର୍ଟି କରୁଥିଲେ, ୧୦୩ ପଜିଟିଭ ବାହାରିଲେ

ବେଙ୍ଗାଳୁରୁ: ପାର୍ଟି କରିବା ପଡିଲା ମହଙ୍ଗା। ଗୋଟିଏ ଆପାର୍ଟମେଣ୍ଟରୁ ଚିହ୍ନଟ ହେଲେ ୧୦୩ ପଜିଟିଭ। ବେଙ୍ଗାଳୁରୁର ଏକ ଆପାର୍ଟମେଣ୍ଟ କମ୍ଲେକ୍ସରୁ ଏତେ ଗୁଡିଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଠାକାର ରେସିଡେନସିୟଲ ସୋସାଇଟି ଏସଏନଏନ ରାଜ ଲେକବ୍ୟୁରେ ପାର୍ଟିର ଆୟୋଜନ ପରେ ଏହି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏତେ ସଂଖ୍ୟକ ମାମଲା ଚିହ୍ନଟ  ହେବା ପରେ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି।

ଆପାର୍ଟମେଣ୍ଟର ଲୋକଙ୍କୁ ବାହାରକୁ ଆସିବା ପାଇଁ ବାରଣ କରାଯାଇଛି। ଯାହାଙ୍କ ପାଖରେ କରୋନା ନେଗେଟିଭ ରିପୋର୍ଟ ରହିଛି ସେମାନଙ୍କୁ ହିଁ ବାହାରକୁ ଆସିବାକୁ ଅନୁମତି ମିଳିଛି।

ବୃହଟ ବେଙ୍ଗାଲୁରୁ ମହାନଗର ପାଲିକେ(ବିବିଏମପି)ର ସୂଚନା ଅନୁଯାୟୀ, ବୋମନହଲ୍ଲି ଅଞ୍ଚଳରେ ରାଜ ଲେକବ୍ୟୁ ଆପାର୍ଟମେଣ୍ଟ ରହିଛି। ଏଠାରୁ ୧୦୩ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ଏହି ଘଟଣା ପରେ ବିବିଏମପି କେରଳରୁ ଆସୁଥିବା ଲୋକଙ୍କୁ କରୋନା ନେଗେଟିଭ୍ ଆରଟିପିସିଆର ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ କରିଛି।

ବିବିଏମପି କମିଶନର ମଞ୍ଜୁନାଥ ପ୍ରସାଦ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ଉକ୍ତ ଅଞ୍ଚଳରେ କରୋନା ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ୧୦୫୮ ଜଣଙ୍କ କରୋନା ଟେଷ୍ଟ କରାଯାଇଛି। ସେଥିରୁ ୧୦୩ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୦ ସଂକ୍ରମିତଙ୍କ ବୟସ ୯୦ ବର୍ଷରୁ ଅଧିକ ରହିଛି। ହେଲେ ଅଧିକାଂଶ ସଂକ୍ରମିତଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିନାହିଁ। ସେମାନଙ୍କ ଉପରେ  କଡା ନଜର ରଖାଯାଇଛି ଏବଂ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ସେ କହିଛନ୍ତି, ଆପାର୍ଟେମଣ୍ଟର କ୍ଲବ୍ ହାଉସ୍‌ରେ ନିକଟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଇଭେଣ୍ଟ ସୁପର ସ୍ପ୍ରେଡରର କାମ କରିଛି। ଆପାର୍ଟମେଣ୍ଟର ଅନ୍ୟ ଲୋକଙ୍କ କରୋନା ଯାଞ୍ଚ ପାଇଁ ଛଅ ବିବିଏମପି ଟିମ୍ ମୁତୟନ କରାଯାଇଛି।

The post ଆପାର୍ଟମେଣ୍ଟରେ ପାର୍ଟି କରୁଥିଲେ, ୧୦୩ ପଜିଟିଭ ବାହାରିଲେ appeared first on Odisha Reporter.



from Odisha Reporter https://ift.tt/3s0sXND

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages