କଟକ(ଓଡ଼ିଶା ରିପୋର୍ଟର): ପୁଲିସ୍ ବିଭାଗରେ ୩୩ ବର୍ଷ କାମ କରି ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା IPS ସତ୍ୟଜିତ ମହାନ୍ତି ଆଜି OPSC ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁଲିସ୍ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି।
ଆଜି OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସତ୍ୟଜିତ ମହାନ୍ତି କହିଛନ୍ତି, OPSCର ଯେଉଁ ପରୀକ୍ଷା ହେଉଛି ତାହା ଯେପରି ରେଗୁଲାର ହୋଇପାରିବ ସେଥିପ୍ରତି ଧ୍ୟାନ ଦେବି। ବହୁ ଡାକ୍ତର, ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ସେସବୁ ପୂରଣ କରି ଚିକିତ୍ସା ଭିତ୍ତିଭୂମି ସୁଦୃଢ କରାଯିବ। ଏହି ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ ଲାଗି ଚେଷ୍ଟା କରାଯିବ।
ଗତକାଲି ଖାକି ପୋଷାକକୁ ଅଲବିଦା କହିଥିଲେ ବିଦାୟୀ ସମ୍ବର୍ଦ୍ଧନା ଦେବା ବେଳେ ବେଶ୍ ଭାବ ବିହ୍ୱଳ ହୋଇପଡିଥିଲେ ସତ୍ୟଜିତ୍ ।
Took voluntary retirement from service today after serving long 33 years to join as Chairman, Odisha Public Service Commission. Thanks to Odisha Fire Service @OdishaFS_HGs_CD for a warm send off pic.twitter.com/9PNmc8DRSk
— SATYAJIT MOHANTY (@satyajitips88) February 28, 2021
The post ଖାକି ପୋଷାକକୁ ଅଲବିଦା କହି ଇମୋଶନାଲ ହେଲେ IPS ସତ୍ୟଜିତ appeared first on Odisha Reporter.
from Odisha Reporter https://ift.tt/2NFENOX
No comments:
Post a Comment