ମୋ ସ୍ୱପ୍ନର ସୁନ୍ଦରୀ ପ୍ରମୋଦିନୀ… ଛପାକ ଗାର୍ଲଙ୍କୁ ଆଜି ସାତଜନମର ସାଥୀ କରିବେ ସରୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ମୋ ସ୍ୱପ୍ନର ସୁନ୍ଦରୀ ପ୍ରମୋଦିନୀ… ଛପାକ ଗାର୍ଲଙ୍କୁ ଆଜି ସାତଜନମର ସାଥୀ କରିବେ ସରୋଜ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର) ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ଛପାକ ଗାର୍ଲ ପ୍ରମୋଦିନୀ ରାଉଳ।  ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବେ । ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ।   ପ୍ରମୋଦିନୀଙ୍କ ଜୀବନ ସଂଗ୍ରାମରେ ସହଯୋଗର ହାତ ବାଇଛନ୍ତି ସରୋଜ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏହି ନିଆରା ଯୋଡ଼ି ୨୦୦୯ ମସିହାରେ ର୍ତିତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ  କୋମାରେ ହିଁ ରହିଥିଲେ । ଏହା ପରେ ପ୍ରମୋଦିନୀ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ ।

୨୦୧୬ ମସିହାରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା। ସରୋଜ, ପ୍ରମୋଦିନୀଙ୍କର ଅବଶିଷ୍ଟ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କର ସେବାଯତ୍ନ ମଧ୍ୟ କରିଥିଲେ। ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ  । ୨୦୧୮ ମସିହା ଲକ୍ଷ୍ନେ ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ର୍ନିବନ୍ଧ ହୋଇଥିଲା । ଏବେ ଉଭୟ ପରିବାରର ସ୍ୱୀକୃତି ଓ ସାମାଜିକ ରୀତିନୀତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜଗତସିଂହପୁରସ୍ଥିତ ପ୍ରମୋଦିନୀଙ୍କ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ ଏବଂ ଏକ ନିଆରା ପ୍ରେମର ନିଦର୍ଶନ ଦେଖିବାକୁ ମିଳିବ।

 

The post ମୋ ସ୍ୱପ୍ନର ସୁନ୍ଦରୀ ପ୍ରମୋଦିନୀ… ଛପାକ ଗାର୍ଲଙ୍କୁ ଆଜି ସାତଜନମର ସାଥୀ କରିବେ ସରୋଜ appeared first on Odisha Reporter.



from Odisha Reporter https://ift.tt/3qcAKqB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages