ତୈଳ ଦର କମାଇବାକୁ ଫର୍ମୁଲା ଦେଲେ RBI ଗଭର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ତୈଳ ଦର କମାଇବାକୁ ଫର୍ମୁଲା ଦେଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ି ଚାଲିଛି ତୈଳ ଦର। ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ହାଇ ସ୍ପିଡବେଗରେ ଗତି କରୁଛି। ବିଭିନ୍ନ ରାଜ୍ୟରେ ପେଟ୍ରୋଲର ପ୍ରାଇସ କଣ୍ଟା ୧୦୦ ଡେଇଁ ସାରିଲାଣି। ଫଳରେ ଏହାକୁ ନେଇ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି। ଏହାରି ଭିତରେ ତୈଳ ଦର କମାଇବାର ଫର୍ମୁଲା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତୈଳ ଉପରୁ ଟିକସ୍ ହ୍ରାସ କରି ଦର ନିୟନ୍ତଣ ପାଇଁ ସେ ଦେଇଛନ୍ତି ନୂଆ ସୂତ୍ର।

ଶକ୍ତିକାନ୍ତ ଦାସ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଇନଡାଇରେକ୍ଟ ବା ପରୋକ୍ଷ ଟିକସ୍ ହ୍ରାସ କରନ୍ତୁ । ଟିକସକୁ ଧୀରେ ଧୀରେ ହ୍ରାସ କରିବା ଆବଶ୍ୟକ ରହିଛି । ଏପରି କଲେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ ।

ନିକଟରେ ମୁଦ୍ରା ନୀତି ସମୀକ୍ଷା ବୈଠକରେ କୁହାଯାଇଥିଲା ଯେ, ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ପାଇଁ ଅନ୍ୟ ସାମଗ୍ରୀର ଦାମ୍ ବଢିଛି । ସ୍ୱାସ୍ଥ୍ୟ ଓ ପରିବହନ ସେବା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ପରୋକ୍ଷ ଟିକସ ହେତୁ ପ୍ରମୁଖ ଦ୍ରବ୍ୟ ଏବଂ ସେବାଗୁଡିକର ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଏଥିଯୋଗୁଁ ପରିବହନ ଏବଂ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

ଶଶିକାନ୍ତଙ୍କ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ନିୟନ୍ତ୍ରଣ ପାଇଁ ଏହାକୁ ଜିଏସଟି ଅର୍ନ୍ତଭୁକ୍ତ କରିବା ପାଇଁ କହିଥିଲେ। ସେ କହିଥିଲେ, ଜିଏସଟି ପରିଷଦରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ।  ପ୍ରାଇସ ସ୍ଲାବଗୁଡିକୁ ନିୟନ୍ତ୍ରଣରେ ରଖିବା ପାଇଁ ଚିନ୍ତା କରାଯିବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ, ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଏହାସହ ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି ।

The post ତୈଳ ଦର କମାଇବାକୁ ଫର୍ମୁଲା ଦେଲେ RBI ଗଭର୍ଣ୍ଣର appeared first on Odisha Reporter.



from Odisha Reporter https://ift.tt/3pLobSK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages