‘ଡ୍ରେସ ଖୋଲି ଦେଲେ ୫୦ କୋଟି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

‘ଡ୍ରେସ ଖୋଲି ଦେଲେ ୫୦ କୋଟି’

ନାଗପୁର: ରାତା ରାତି ଧନୀ ହେବାକୁ ଚାହୁଁଛନ୍ତି କି? ତା’ହେଲେ ମାନିବାକୁ ପଡ଼ିବ କିଛି ସର୍ତ୍ତ। ସର୍ତ୍ତ ମାନିଲେ ହେବ ଟଙ୍କା ବର୍ଷା। ରାତି ରାତି ହୋଇଯିବେ କୋଟିପତି। ଏଭଳି କିଛି ଲୋଭ ଦେଖାଇ ଜଣେ ନାବାଳିକାକୁ ଡ୍ରେସ ଖୋଲିବା ପାଇଁ ଭଣ୍ଡ ବାବା। ଏଭଳି କିଛି ପ୍ରଲୋଭନ ଦେଖାଇଛନ୍ତି ମହାରାଷ୍ଟ୍ର ନାଗପୁରର ଗୁଣି ଗାରେଡି କରୁଥିବା କିଛି ଅସାମାଜିକ ବ୍ୟକ୍ତି।

କେବଳ ସେତିକି ନୁହେଁ ନାବାଳିକା ଜଣଙ୍କ ସହମତି ପ୍ରକାଶ ନକରିବାରୁ ତାଙ୍କ ଉପରେ ଚାପ ମଧ୍ୟ ପ୍ରୟୋଗ କରିଥିଲେ। ହେଲେ ନାବାଳିକା ଜଣଙ୍କ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପୁଲିସରେ ଏତଲା ଦେବା ପରେ ଜେଲର ଚାରି କାନ୍ଥ ଭିତରକୁ ଯାଇଛନ୍ତି ଅସାମାଜିକ ବ୍ୟକ୍ତି।

ନାବାଳିକା ଜଣଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ‘ଭିକି ଖାପରେ ତାଙ୍କୁ ଆସି କଳାଯାଦୁର କଥା କହିଥିଲା। ଯେଉଁଥିରେ କିଛି ପ୍ରଥା ରହିଛି ସେହି ପ୍ରଥା ଅନୁଯାୟୀ କାମ କଲେ କୋଟି କୋଟି ଟଙ୍କା ମିଳିବ। ଆଉ ଏଥିପାଇଁ ଡ୍ରେସ ଖୋଲିବାକୁ ହେବ। ଏହାପରେ ୫୦ କୋଟି ଟଙ୍କା ମିଳିବ ବୋଲି ତାଙ୍କୁ କୁହାଯାଇଥିବା ନାବାଳିକା ଜଣଙ୍କ କହିଛନ୍ତି’।

ନାଗପୁର ପୁଲିସ ଏବେ ଏତଲା ଗ୍ରହଣ କରି ତଦନ୍ତ କରିଛି। ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭିକି ଗଣେଷ ଖାପରେ (୨୦), ଦିନେଶ ମହାଦେବ ନିଖାରେ (୨୫), ରାମକ୍ରିଷ୍ଣ ଦାଦାଜି ମହସ୍କର (୪୧), ବିନୋଦ ଜୟରାମ ମଶରମ (୪୨) ଏବଂ ଡକ୍ଟର ଆଲିଆଶ ସୋପନ ହରିଭାଉ କୁମରେ (୩୫)।

ଫେବୃଆରୀ ୨୬ରେ ନାବାଳିକା ଜଣଙ୍କ ଅଭିଯୋଗ କରିବା ପରେ ପୁଲିସ ଭିକି ଖାପରେକୁ ଗିରଫ କରିଥିଲା। ଯିଏକି ପ୍ରଥମେ ନାବାଳିକା ଜଣଙ୍କୁ ଟଙ୍କା ଦେବା ପାଇଁ ଡ୍ରେସ ଖୋଲିବା ପାଇଁ ମତେଇଥିଲା। ଏହାପରେ ଖାପରେ ଅନ୍ୟ ସମସ୍ତଙ୍କ ନାଁ ପୁଲିସ ଆଗରେ କହିଥିଲା। ଏବେ ଏହି ସମସ୍ତ ୫ ଅଭିଯୁକ୍ତଙ୍କ ନାଁରେ ପୋକ୍ସୋ ଆକ୍ଟ ସହିତ ବିଭିନ୍ନ ଦଫା ଲାଗିଛି।

The post ‘ଡ୍ରେସ ଖୋଲି ଦେଲେ ୫୦ କୋଟି’ appeared first on Odisha Reporter.



from Odisha Reporter https://ift.tt/3kyKE4D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages