ସୁନ୍ଦରଗଡ଼(ବିଜୟ ବରୁଆଁ): ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଆଖି ବୁଜିଲେ ସୁନା ବ୍ୟବସାୟୀ । ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା। ମୃତକ ହେଲେ ମା’ ମଙ୍ଗଳା ସୁନା ଦୋକାନ ମାଲିକ ରୋହିତ ବର୍ମା। ରୋହିତଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଆଉ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।
ସୂଚନାଯୋଗ୍ୟ, ଆଜି ସକାଳେ ରୋହିତ ଦୋକାନ ଶଟର ଖୋଲୁଥିବା ସମୟରେ ପଛପଟୁ ତାଙ୍କୁ ଡାକିଥିଲେ ଦୁର୍ବୃତ୍ତ । ସେ ଓଲଟି ଦେଖିଲା ବେଳକୁ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଗୋଟିଏ ଗୁଳି ରୋହିତଙ୍କ ମୁଣ୍ଡରେ ବାଜି ଥିବା ବେଳେ ଅନ୍ୟଟି ତାଙ୍କ ପେଟରେ ବାଜିଥିଲା। ଆହତ ହେଲା ପରେ ମଧ୍ୟ ରୋହିତ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ରାସ୍ତା ଉପରେ ତାଙ୍କଠାରୁ ବ୍ୟାଗ ଲୁଟି ନେଇଥିଲେ ଦୁର୍ବୃତ୍ତ । ଏହାପରେ ସେମାନେ ସୁନ୍ଦରଗଡ଼ ପଟକୁ ଦ୍ରୁତ ଗତିରେ ଚାଲିଯାଇଥିଲା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।
ରୋହିତଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ବ୍ୟକ୍ତି ମଧ୍ୟ ଗୁଳି ମାଡ଼ର ଶିକାର ହୋଇଛନ୍ତି। ତାଙ୍କ ଜଙ୍ଘରେ ଗୁଳି ବାଜିଛି । ଉଭୟଙ୍କୁ ରାଉରକେଲା ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ରୋହିତଙ୍କ ମୃତ୍ୟୁ ହୋଇଛି।
ପୁଲିସ୍ ଦୁର୍ବୃତ୍ତଙ୍କୁ ଖୋଜିବାକୁ ତନାଘନା ଆରମ୍ଭ କରିଥିବା ବେଳେ ସେମାନଙ୍କ ସନ୍ଧାନ ପାଇପାରିନି। ତେବେ ଏ ଯାଏ ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ।
The post ଦୋକାନ ଖୋଲୁ ଖୋଲୁ ଗୁଳି ମାଡ଼ କଲେ ଦୁର୍ବୃତ୍ତ, ଆଖି ବୁଜିଲେ ସୁନା ବ୍ୟବସାୟୀ appeared first on Odisha Reporter.
from Odisha Reporter https://ift.tt/3bOFkG7
No comments:
Post a Comment