୧୦୦ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ଆଜି ୫ ଘଣ୍ଟିଆ ଅବରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

୧୦୦ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ଆଜି ୫ ଘଣ୍ଟିଆ ଅବରୋଧ

ନୂଆଦିଲ୍ଲୀ: ସେଞ୍ଚୁରୀ ମାରିଲା ଚାଷୀ ଆନ୍ଦୋଳନ। ମାର୍ଚ୍ଚ ୬ରେ ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଆନ୍ଦୋଳନ ୧୦୦ ଦିନରେ ପହଞ୍ଚିଛି। ଏଥିପାଇଁ ଦିଲ୍ଲୀ ଏବଂ ଦିଲ୍ଲୀ ସୀମାରେ ଥିବା ବିଭିନ୍ନ ବିରୋଧ ସ୍ଥାନକୁ ସଂଯୋଗ କରୁଥିବା କେଏମପି ଏକ୍ସପ୍ରେସ ୱେକୁ ୫ ଘଣ୍ଟିଆ ଅବରୋଧ କରିବେ ଆନ୍ଦୋଳନରତ ଚାଷୀ। ଏହି ଅବସରରେ ଆନ୍ଦୋଳନରତ ଚାଷୀ କଳା ପଟି ବାନ୍ଧିବେ।

ସକାଳ ୧୧ ଟାରୁ ୪ଟା ପର୍ଯ୍ୟନ୍ତ କେଏମପି ଏକ୍ସପ୍ରେସ ୱେକୁ ବନ୍ଦ କରିବେ ଆନ୍ଦୋଳନରତ ଚାଷୀ। ଏଥି ସହିତ ଚାଷୀମାନେ ଟୋଲ ପ୍ଲାଜାରୁ ଟୋଲ ଫି ପ୍ରଦାନରୁ ମଧ୍ୟ ମୁକ୍ତ ରହିବେ। ଚାଷୀ କହିଛନ୍ତି ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବରେ ଶାନ୍ତିପୂର୍ଣ୍ଣ ହେବ।

ଯଦି ଚାଷୀ ସିନ୍ଧୁ ସୀମାରୁ କୁଣ୍ଡାଲି ରିଚ୍ ଏକ୍ସପ୍ରେସ ୱେର ରାସ୍ତା ଅବରୋଧ କରିବେ, ତେବେ ସେମାନେ ଏହି ମାର୍ଗରେ ପଡ଼ିଥିବା ଟୋଲ୍ ପ୍ଲାଜାକୁ ମଧ୍ୟ ଅବରୋଧ କରିବେ। ଗାଜିପୁର ସୀମାରୁ ଚାଷୀମାନେ ଦାସନା ଟୋଲ ଅଭିମୁଖେ ଯାତ୍ରା କରିବେ। ଟିକରି ସୀମାରୁ ବାହାଦୁରଗଡ ସୀମା ଅବରୋଧ କରିବେ। ସେହିପରି ଶାହାଜାନପୁର ସୀମାରେ ବସିଥିବା ଆନ୍ଦୋଳନରତ ଚାଷୀ ଗୁରୁଗ୍ରାମ-ମାନେସରକୁ ସଂଯୋଗ କରୁଥିବା କେଏମପି ଏକ୍ସପ୍ରେସକୁ ଅବରୋଧ କରିବେ।

ଏହିସବୁ ଟୋଲ୍ ପ୍ଲାଜାଗୁଡିକ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ରହିବ। ଯେଉଁ ଯାତ୍ରୀମାନେ ଆନ୍ଦୋଳନ ପାଇଁ ଆଗକୁ ଯାଇନପାରିବେ ସେମାନଙ୍କ ପାଇଁ ପାଣି ପାଖରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରିଛନ୍ତି ଆନ୍ଦୋଳନକାରୀ। ଏମିତିକି ସେହି ଯାତ୍ରୀ ମାନଙ୍କୁ ଚାଷୀ ମାନେ ନିଜର ଆନ୍ଦୋଳନର କାରଣ ଓ ଦୁଃଖ ଜଣାଇବେ ବୋଲି ସୂଚନା ରହିଛି।

ଭାରତ କିଷାନ ୟୁନିଅନର ଉତ୍ତରପ୍ରଦେଶ ସଭାପତି ରାଜବୀର ସିଂ ଜାଡୁନ କହିଛନ୍ତି ଯେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ମିଲିଟାରୀ ଗାଡ଼ି ଓ କୌଣସି ବିଦେଶୀ ପର୍ଯ୍ୟଟକଙ୍କୁ ଚାଷୀ ଅଟକାଇବେ ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀର ବିଭିନ୍ନ ସୀମାରେ ଗତ ବର୍ଷ ନଭେମ୍ବର ୨୬ରୁ ଚାଷୀମାନେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି।

The post ୧୦୦ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ଆଜି ୫ ଘଣ୍ଟିଆ ଅବରୋଧ appeared first on Odisha Reporter.



from Odisha Reporter https://ift.tt/3l1nELT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages