ସାଙ୍ଗଙ୍କ ସହ ପୁରୀରୁ ଫେରିବା ବେଳେ ଯୁବକଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ସାଙ୍ଗଙ୍କ ସହ ପୁରୀରୁ ଫେରିବା ବେଳେ ଯୁବକଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ

ନୀଳଗିରି(ଓଡ଼ିଶା ରିପୋର୍ଟର):୨ ଦିନ ହେଲା ସାଙ୍ଗଙ୍କ ସହ ପୁରୀ ବୁଲି ଯାଇଥିଲେ। ହେଲେ ଘରକୁ ଫେରିପାରିଲେନି। ଫେରିବା ପୂର୍ବରୁ  ପୁଅର ଜୀବନ ଚାଲିଯାଇଥିବା ଜାଣି ମୁଣ୍ଡରେ ହାତ ଦେଇଛନ୍ତି ପରିବାର ଲୋକ। ସାଙ୍ଗମାନେ ହତ୍ୟା କରି ଏପରି ନାଟକ କରୁଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକ। ଏପରି ଅଭାବନୀୟ ଘଟଣା ଗତକାଲି ବାଲେଶ୍ୱର ଜିଲ୍ଲା  ନୀଳଗିରି ନିମପାଳ ନିକଟରେ ଘଟିଛି। ମୃତକ ହେଲେ ବାରିପଦା ଅଞ୍ଚଳର ମଣ୍ଟୁ ପାତ୍ର।

ସୂଚନା ମୁତାବକ, ୨ ଦିନ ପୂର୍ବେ ମଣ୍ଟୁ ନିଜର କିଛି ସାଙ୍ଗଙ୍କ ସହ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ଘରେ କହିଥିଲେ। ମାତ୍ର ଯିବାର କିଛି ସମୟ ପରେ ଫୋନ୍‌ କରି ପୁରୀ ଯାଉଥିବା କହିଥିଲେ। ଏହାପରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା।

ସାଙ୍ଗଙ୍କ କହିବାନୁଯାୟୀ, ଗତକାଲି ରାତିରେ ସେମାନେ ଘରକୁ ଫେରୁଥିଲେ।  ନୀଳଗିରି ନିମପାଳ ନିକଟରେ ସମସ୍ତେ କାର୍‌ରୁ ଓହ୍ଲାଇ ଖାଇବାକୁ ଯାଇଥିଲେ। ମାତ୍ର ମଣ୍ଟୁ ଖାଇବାକୁ ମନା କରି କାର୍‌ରେ ହିଁ ଥିଲେ।  ଏହାପରେ ସେମାନେ ଦୋକାନରୁ ଫେରି ମଣ୍ଟୁଙ୍କୁ ଡାକିବାରୁ ସେ ଶୁଣି ନ ଥିଲେ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲ ନିଆଯାଇଥିବା ବେଳେ  ସେଠାରେ  ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଖବର ପାଇ ମଣ୍ଟୁଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଯାଇଥିଲା। ପୁଅର ମୃତ୍ୟୁ ପାଇଁ ସେମାନେ ତାଙ୍କ ସାଙ୍ଗମାନଙ୍କୁ ଦାୟୀ କରିଥିବା ବେଳେ ପୁଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।  ସାଙ୍ଗମାନେ ମଣ୍ଟୁକୁ ହତ୍ୟା କରି ଏପରି ନାଟକ କରୁଥିବା  ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

The post ସାଙ୍ଗଙ୍କ ସହ ପୁରୀରୁ ଫେରିବା ବେଳେ ଯୁବକଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/30fomLB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages