କଟକଣା ଭିତରେ ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

କଟକଣା ଭିତରେ ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ମଧ୍ୟରେ ଖୁବ୍‌ ଶୀଘ୍ର ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ୍ । ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ କରିବ । ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ ।

ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ  ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ । କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବ।

ସେହିପରି ପୁରୀ-ଅନୁଗୁଳ ମେମୁ ଏପ୍ରିଲ ୫ରୁ ଅପରାହ୍ଣ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ । ସେହିପରି ଅନୁଗୁଳ-ପୁରୀ ମେମୁ ସକାଳ ୫ଟା ୪୫ରେ ଅନୁଗୁଳରୁ ବାହାରି ପୂର୍ବାହ୍ନ ୧୦ଟା ୨୦ରେ ପୁରୀରେ ପହଞ୍ଚିବ । ଅନ୍ୟପକ୍ଷରେ ପୁରୀ-ହାଟିଆ-ପୁରୀ ଟ୍ରେନ୍ ଏପ୍ରିଲ ପହିଲାରୁ ପୁରୀରୁ ରାତି ୮ଟା ୩୦ରେ ଛାଡ଼ି ପରଦିନ ପୂର୍ବାହ୍ନ ୧୦ଟା ୪୫ରେ ହାଟିଆରେ ପହଞ୍ଚିବ ।

ହଟିଆ-ପୁରୀ ଟ୍ରେନ୍ ଏପ୍ରିଲ ୨ରୁ ଅପରାହ୍ଣ ୪ଟାରେ ହଟିଆରୁ ବାହାରି ପରଦିନ ସକାଳ ୬ଟା ୧୦ରେ ପୁରୀରେ ପହଞ୍ଚିବ । ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୩ରୁ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨ଟା ୫୦ରେ ପୁରୀରେ ପହଞ୍ଚିବ । ଏହାପରେ ଅପରାହ୍ନ  ୩ଟା ୪୫ରେ ପୁରୀରୁ ବାହାରି ରାତି ୧୦ଟା ୧୦ରେ ସମ୍ବଲପୁରରେ ପହଞ୍ଚିବ ।

ପୁରୀ-ପାରାଦୀପ-ପୁରୀ  ସ୍ୱତନ୍ତ୍ର ଟ୍ରେନ ଏପ୍ରିଲ ୭ରୁ ସକାଳ ୬ଟା ୧୫ରେ ପୁରୀରୁ ବାହାରି ପୂର୍ବାହ୍ନ ୧୦ଟା ୧୫ରେ ପାରାଦୀପରେ ପହଞ୍ଚିବ । ପରେ ସନ୍ଧ୍ୟା ୬ଟାରେ ପାରାଦୀପରୁ ଛାଡ଼ି ରାତି ୧୦ଟା ୧୦ରେ ପୁରୀରେ ପହଞ୍ଚିବ ।

The post କଟକଣା ଭିତରେ ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ୍ appeared first on Odisha Reporter.



from Odisha Reporter https://ift.tt/3tO7EQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages