ମନସୁଖ ହିରେନ୍ ମାମଲାରେ ଆହୁରି ବଢ଼ିପାରେ ଗିରଫଦାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ମନସୁଖ ହିରେନ୍ ମାମଲାରେ ଆହୁରି ବଢ଼ିପାରେ ଗିରଫଦାରୀ

ମୁମ୍ୱାଇ: ମନସୁଖ ହିରେନ ହତ୍ୟା ମାମଲାରେ ବିଭିନ୍ନ ତଥ୍ୟ ଗାଏବ କରି ଖସିଯିବାକୁ ବସିଥିବା ସଚିନ ବାଜେର ଅଡୁଆ ବଢ଼ିବାରେ ଲାଗିଛି। ଦମନରୁ ମିଳିଥିବା ଭୋଲଭୋ କାର ଏହି ହତ୍ୟା ମାମଲାର ଅନେକ ଗୁମର ଫିଟାଇବ ବୋଲି ଆଶଙ୍କା କରାଯାଉଛି। ଆଗାମା ଦିନରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ମଙ୍ଗଳବାର ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଜୟଜିତ ସିଂହ ସାମ୍ବାଦିକ ସମ୍ମିଳନୀ କରିବା ବେଳେ ଏହି ସୂଚନା ଦେଇଛନ୍ତି।

ଏଟିଏସ ମୁଖ୍ୟ କହିଛନ୍ତି ଯେ ଏହି ହତ୍ୟା ମାମଲା ସହ ଜଡିତ ଥିବା କିଛି ସିସିଟିଭି ଫୁଟେଜକୁ ଅପରାଧୀ ମାନେ ନଷ୍ଟ କରି ଦେଇଛନ୍ତି। କିନ୍ତୁ କିଛି ସାକ୍ଷୀ ରାଜି ହୋଇଛନ୍ତି ସମସ୍ତ କଥା କହିବେ ବୋଲି। ସେମାନେ ସମସ୍ତେ ଏବେ ସିଆରପିସିର ଧାରା ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରଖିବେ। ଏଥିସହ ଏଟିଏସ୍ ବାଜେଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ବୋଲି ସିଂହ କହିଛନ୍ତି। ଏହି ମାମଲାରେ ନିକଟରେ ଦୁଇ ଜଣ ଗିରଫ ହୋଇଛନ୍ତି। ଯେଉଁମାନେ ଏହି ହତ୍ୟା ମାମାଲରେ ସଚିନ ବାଜେର କ୍ରାଇମ ପାର୍ଟନର ବୋଲି ଜଣାପଡ଼ିଛି।

ଏହି ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ମାର୍ଚ୍ଚ ୬ରେ ନେଇଥିଲା ଏଟିଏସ୍। ଆସିଷ୍ଟାଣ୍ଟ ପୁଲିସ୍ ଇନ୍ସପେକ୍ଟର ସଚିନ୍ ବାଜେ ମାର୍ଚ୍ଚ ୮ରେ ତାଙ୍କ ବିବୃତ୍ତି ରେକର୍ଡ କରି କହିଥିଲେ ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତ ନାହିଁ। ହିରେନଙ୍କ ମୃତ୍ୟୁ ମାମଲାରେ ଲିଙ୍କକୁ ଅସ୍ୱୀକାର କରିଛନ୍ତି। ହେଲେ ଅନୁସନ୍ଧାନକାରୀମାନେ ପ୍ରମାଣ ପାଇଛନ୍ତି ଯେ ବାଜେ ମିଛ କହୁଛନ୍ତି ଏବଂ ଏହି ଷଡଯନ୍ତ୍ରରେ ତାଙ୍କର ଭୂମିକା ରହିଛି। ଯାହାର ତଦନ୍ତ ଆରମ୍ଭ ହୋଇଛି।

ସେହିପରି ମୃତ ମନସୁଖ ହିରେନ ମୃତ୍ୟୁ ପୂର୍ବରୁ ତାଙ୍କ ଭାଇକୁ ଫୋନ୍ କରିଥିଲେ। ଏହି ସମୟରେ ସଚିନ ବାଜେ କିଭଳି ତାଙ୍କ ଉପରେ ଚାପ ପକାଉଛି ବୋଲି କହିଥିବା ଫୋନ୍ ରେକର୍ଡିଂ ସାମ୍ନାକୁ ଆସିଛି। ଯାହାକି ସଚିନ ବାଜେ ହିଁ ଏହି ହତ୍ୟା ମାମଲାର ମୁଖ୍ୟ କାର୍ପେଟଦାର ବୋଲି ଦର୍ଶାଉଛି।

ସୂଚନାଯୋଗ୍ୟ, ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ରଖିବା ମାମଲାରେ ଗିରଫ ହୋଇ ମାର୍ଚ୍ଚ ୨୫ ଯାଏ ଏନଆଇଏ ହେପାଜତରେ ରହିଛି ବାଜେ। ଏହାପରେ ହଠାତ ରହସ୍ୟଜନକ ଭାବରେ ମାର୍ଚ୍ଚ 5ରେ ଥାନେର ଏକ ଡ୍ରେନ୍‌ରେ କାର ମାଲିକ ମନସୁଖ ହିରେନଙ୍କ ମୃତଦେହ ମିଳିଥିଲା। ଏହାପରେ ମାମଲାର ନୂଆ ମୋଡ଼ ଆସିଥିଲା।

ସ୍ୱାମୀଙ୍କ ମୃତ୍ୟୁ ପାଇଁ ବିମଳା ହିରେନ ସଚିନ ବାଜେକୁ ହତ୍ୟାକାରୀ ବୋଲି କହି ଥାନାରେ ଏତଲା ଦେଇଥିଲେ। ଏହା ପରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କଲ୍ ରେକର୍ଡ ଶେଆର କରିଥିଲେ ଯେଉଁଥିରେ ସଚିନ ବାଜେ ଏବଂ ହିରେନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବାର ପ୍ରମାଣ ରହିଛି। ଏହାପରେ ଏନଆଇଏ ମାମଲାର ତଦନ୍ତ ଦାୟିତ୍ୱ ପାଇଥିଲା। ଆଉ ପ୍ରଥମ ଦିନରେ ହିଁ ସଚିନ ବାଜେକୁ ଗିରଫ କରିଛି।

The post ମନସୁଖ ହିରେନ୍ ମାମଲାରେ ଆହୁରି ବଢ଼ିପାରେ ଗିରଫଦାରୀ appeared first on Odisha Reporter.



from Odisha Reporter https://ift.tt/2OTc0af

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages