ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଁଳା ଫାଣ୍ଡି ପରିସରରେ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ସଠିକ ତଦନ୍ତ ପାଇଁ ପୁଲିସ କମିଶନରଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା। ପୁଲିସ ଫାଣ୍ଡି ପରିସରରୁ ଉଦ୍ଧାର ହୋଇଥିବା ନରକଙ୍କାଳ କାହାର ପୁଲିସ ସ୍ପଷ୍ଟ କରିବା ସହ ଅପରାଧିକୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି ।
ଗତକାଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୁଲିସ କମିଶନରଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।ରାଜଧାନୀରେ ଗତବର୍ଷ ୪୯ଟି ହତ୍ୟାକାଣ୍ଡ ହୋଇଛି, ଯାହାକି ଗତ ୫ବର୍ଷରେ ସବୁଠାରୁ ଅଧିକ । ଗତବର୍ଷ ରାଜଧାନୀରେ ୧୧୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏଣୁ ମହିଳାଙ୍କ ସୁରକ୍ଷା ନେଇ କମିଶନରେଟ୍ ପୁଲିସ ଜିରୋ ଟଲେରାନ୍ସ ନିୟମ ଲାଗୁ କରିବାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି ହୋଇଛି ।
ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ବାହାରେ ଅପରାଧ ଘଟିଲେ ପୁଲିସ କେତେ କଣ ସୁରକ୍ଷା ଦେଇପାରିବ ? କିନ୍ତୁ ନିଜ ହତା ଭିତରେ ପଶି ଯଦି କେହି ଏମିତି ଅପରାଧ କରୁଛି, ତେବେ ପୁଲିସର ଅପାରଗତା ସାମ୍ନାକୁ ଆସୁଛି। ଏ କଥାକୁ ନେଇ ଆମେ ପୁଲିସ କମିଶନରଙ୍କ ପାଖକୁ ଯାଇଥିଲୁ। ତେଣୁ ଅପରାଧୀଙ୍କୁ ଧରି ତୁରନ୍ତ କୋର୍ଟ ଚାଲାଣ କରାଯାଉ ବୋଲି ସେ ଦାବି କରିଛନ୍ତି। ସେମିତି ସେ ମହିଳା ସହିତ ଦୁଷ୍କର୍ମ ହୋଇଛିକି ନାହିଁ, ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ମହିଳା କଙ୍କାଳ ମିଳିବା ଘଟଣା କମିଶନରେଟ ପୁଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ତଦନ୍ତ କରି ମାସେ ଭିତରେ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
The post ‘ସେ ମହିଳା ସହିତ ଦୁଷ୍କର୍ମ ହୋଇଛି କି ନାହିଁ ପୁଲିସ ତଦନ୍ତ କରୁ’ appeared first on Odisha Reporter.
from Odisha Reporter https://ift.tt/2P1e7Z6
No comments:
Post a Comment