ଡରାଇଲାଣି ମହାମାରୀ; କଟକରେ ପୁଣି କରୋନା ଆତଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ଡରାଇଲାଣି ମହାମାରୀ; କଟକରେ ପୁଣି କରୋନା ଆତଙ୍କ

କଟକ (ଓଡ଼ିଶା ରିପୋର୍ଟର): କଟକରେ ପୁଣି ଥରେ ଦେଖାଦେଲାଣି କରୋନା ଆତଙ୍କ । ଦୀର୍ଘ ଦିନ ଧରି ଥମି ରହିଥିବା କରୋନା ମହାମାରୀ ପୁଣି ଥରେ ନିଜ ଉଗ୍ରରୂପ ଦେଖାଇବାକୁ ଆରମ୍ଭ କଲାଣି।

କଟକସ୍ଥିତ ଏକ ଘରୋଇ ସାଇନ୍ସ କଲେଜର ୧୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ସୂଚନା ମିଳିଛି । ଘଟଣା ପରେ ସିଏମସି ପକ୍ଷରୁ ଆକ୍ରାନ୍ତମାନଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି।

ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ସେସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ତେବେ ସେହି କଲେଜରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ୍ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୭ରେ ବୁର୍ଲା ଭିସୁଟ୍‌ର ମୋଟ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ତତ୍ପର ହୋଇଉଠିଥିଲା ଜିଲ୍ଲା ପ୍ରଶାସନ। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଭିସୁଟ୍‌କୁ ଶଟ୍‌ଡାଉନ ଘୋଷଣା କରାଯାଇଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଭିସୁଟ୍‌ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ଅଫଲାଇନରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସମସ୍ତ ଅଫଲାଇନ୍‌ କ୍ଲାସକୁ ଅନଲାଇନ୍‌ କରିବାକୁ କୁଳପତି ଘୋଷଣା କରିଥିଲେ।

କିନ୍ତୁ ପରେ ମାର୍ଚ୍ଚ ୨ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ପଷ୍ଟିକରଣ ରଖି ଭିସୁଟର କୌଣସି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି କହିଥିଲେ। ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଅପରପକ୍ଷେ କରୋନା ମହାମାରୀ ପୁଣି ଥରେ ବିଭିନ୍ନ ରାଜ୍ୟରେ ଲେଉଟିବା ଆରମ୍ଭ କରିଥିବାରୁ ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଥିଲେ। ଓଡ଼ିଶା ଓ ବିହାରରେ ଆଣ୍ଟିଜେନ ଟେଷ୍ଟ ଅଧିକ ହେଉଥିବାରୁ ସେଠି RTPCR ଟେଷ୍ଟକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। 

The post ଡରାଇଲାଣି ମହାମାରୀ; କଟକରେ ପୁଣି କରୋନା ଆତଙ୍କ appeared first on Odisha Reporter.



from Odisha Reporter https://ift.tt/3qT90Hz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages