ପୁଣି ବେକାବୁ କରୋନା, ଏହି ରାଜ୍ୟରେ ୩୦ ହଜାରରୁ ଅଧିକ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

ପୁଣି ବେକାବୁ କରୋନା, ଏହି ରାଜ୍ୟରେ ୩୦ ହଜାରରୁ ଅଧିକ ଚିହ୍ନଟ

ମୁମ୍ୱାଇ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ଦେଖିବାକୁ ମିଳିଛି। ଏବେ ମହାରାଷ୍ଟ୍ର ପାଲଟିଛି କରୋନାର ହଟସ୍ପଟ। ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି ମହାରାଷ୍ଟ୍ର। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୫୩୫ ଜଣ କୋରନାରେ ଆକ୍ରାନ୍ତ ହୋଇଛନ୍ତି।  ସେହିପରି ୯୯ ଜଣଙ୍କର ମୃତ୍ୟୁ ଘଟିଛି।

ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୭୯ ହଜାର ୬୮୨ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ୫୩ ହଜାର ୩୯୯ ହୋଇଛି।

ଶନିବାର ମୋଟ୍ ୨୭ ହଜାର ୧୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୯ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି। ତେବେ ଆଗକୁ ‘ହୋଲି’ ରହିଛି। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।

ଏବେ ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩,୭୭୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୬୪୭ ଜଣ ଆରୋଗ୍ୟ ହୋଇଛନ୍ତି। ଏଯାବତ ମୁମ୍ୱାଇରୁ କେବଳ ୩ ଲକ୍ଷ ୬୨ ହଜାର ୬୫୪ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଥିବା ବେଳେ ୩ ଲକ୍ଷ ୨୬ ହଜାର ୭୦୮ ଜଣ ଆରୋଗ୍ୟ ହୋଇଛନ୍ତି।

ଦିଲ୍ଲୀରେ ଉଦ୍‌ବେଗଜନକ ସ୍ଥିତି

ଶନିବାର ଦିଲ୍ଲୀରେ ୮୧୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏଠାରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ଦିଲ୍ଲୀରେ ଏଯାବତ୍ ମୋଟ ୬,୪୭,୧୬୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୩,୪୦୯ ଜଣ ଚିକିତ୍ସାଧୀନ ଅଛନ୍ତି।

The post ପୁଣି ବେକାବୁ କରୋନା, ଏହି ରାଜ୍ୟରେ ୩୦ ହଜାରରୁ ଅଧିକ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3tJaLsG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages