ବିଷାକ୍ତ ମଦ ପିଇ ୪ମୃତ, ୩ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

ବିଷାକ୍ତ ମଦ ପିଇ ୪ମୃତ, ୩ ଅସୁସ୍ଥ

ଲକ୍ଷ୍ନୌ: ବିଷାକ୍ତ ମଦ ପିଇ ୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତର ପ୍ରଦେଶ ଚିତ୍ରକୋଟରୁ ଏହି ମଦଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏ ସମସ୍ତ ବ୍ୟକ୍ତି ଶନିବାର ମଦ ପିଇଥିଲେ ବୋଲି ଜଣାପଡ଼ିଛି। ଚିତ୍ରକୋଟ ଧାମର (ରେଞ୍ଜ) ଆଇଜି କେ ସତ୍ୟ ନାରାୟଣ କହିଛନ୍ତି, ଶନିବାର ଖୋପା ଗାଁର ଜଣେ ବ୍ୟକ୍ତି ସଂଧ୍ୟାରେ ମୃତ୍ୟୁ ବରଣ କରିଥିବାବେଳେ ଆଉ ଜଣେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ମୃତ୍ୟୁ ବରଣ କରିଛନ୍ତି।

ଗୁରୁତର ଅବସ୍ଥାରେ ଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ଆହ୍ଲାବାଦ ପଠାଯାଇଥିଲା କିନ୍ତୁ ରାସ୍ତାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଇଜି କହିଛନ୍ତି ଯେ ଏଯାବତ ଏହି ମାମଲାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣ ଆହ୍ଲାବାଦରେ ଚିକିତ୍ସିତ ହେଉଛନ୍ତି।

ଆଇଜି ନାରାୟଣ କହିଛନ୍ତି ଯେ, ଗାଁରେ ମଦ ଦୋକାନ ନାହିଁ। ଲୋକମାନେ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଦୋକାନକୁ ଯାଇ ମଦ କିଣି ଆଣନ୍ତି। ଏବେ ସେହି ମଦ ଦୋକାନୀଙ୍କୁ ଗିରଫ କରାଯାଇ ଜେରା କରାଯାଉଛି।

ତେବେ ଏହି ମାମଲାରେ ବିଳମ୍ୱରେ ତଦନ୍ତ କରିଥିବା ଅଭିଯୋଗରେ ଜଣେ ସବ-ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ରାଜପୁରର ଷ୍ଟେସନ ହାଉସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏଥିସହ ଅବକାରୀ ବିଭାଗ ଜିଲ୍ଲାର ଚାରି ଅଧିକାରୀଙ୍କୁ ନିଲମ୍ୱନ କରିଥିବା ସୂଚନା ରହିଛି।

The post ବିଷାକ୍ତ ମଦ ପିଇ ୪ମୃତ, ୩ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/3lEbkkE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages