ହାଣି ଛୁଞ୍ଚିସୂତାରେ ସିଲେଇ କରି ଫିଙ୍ଗି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

ହାଣି ଛୁଞ୍ଚିସୂତାରେ ସିଲେଇ କରି ଫିଙ୍ଗି ଦେଲେ

ସୋର (ଶଶିକାନ୍ତ ବେହେରା): ଉଠାଇ ନେଲେ। ଗୋଡ଼ାଇ ଗୋଡ଼ାଇ ହାଣିଲେ। ତା’ପରେ ଛୁଞ୍ଚିସୂତାରେ ସିଲେଇ କରି ରାସ୍ତାକଡ଼ରେ ଫିଙ୍ଗି ଦେଲେ। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କଲ୍ୟାଣୀ ହାଟୁଆଣି ଛକରେ।

ଏହି ଘଟଣାରେ ଗୁରୁତର ହୋଇଥିବା ଯୁବକଙ୍କ ନାଁ ପ୍ରଶାନ୍ତ ଦାସ। ତାଙ୍କ ଘର ଆରଳା ଗାଁରେ। ଗତକାଲି ରାତିରେ ସେ ଗୋପାଳପୁର ବଜାରରେ ବୁଲୁଥିବା ବେଳେ ୫ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ। ସେମାନେ ତାଙ୍କୁ ହାଟୁଆଣି ଛକକୁ ନେଇ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ।

ପ୍ରଶାନ୍ତଙ୍କ ଗୋଡ଼, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଆକ୍ରମଣକାରୀଙ୍କ ମନ ସେତିକିରେ ଶାନ୍ତ ପଡ଼ି ନଥିଲା। ସେମାନେ ପ୍ରଶାନ୍ତଙ୍କ ହାତର କଟି ଯାଇଥିବା ଜାଗାକୁ ଛୁଞ୍ଚିସୂତାରେ ସିଲେଇ ମଧ୍ୟ କରିଥିଲେ। ପରେ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗି ଚାଲି ଯାଇଥିଲେ।

ଗୋପାଳପୁର ପୁଲିସ୍ ପହଞ୍ଚି ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ପ୍ରଥମେ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ନୂଆପୁର ପଞ୍ଚାୟତର କୁଆପଦା ଗ୍ରାମର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ।

The post ହାଣି ଛୁଞ୍ଚିସୂତାରେ ସିଲେଇ କରି ଫିଙ୍ଗି ଦେଲେ appeared first on Odisha Reporter.



from Odisha Reporter https://ift.tt/3vMhRyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages