୧୮ ଡାକ୍ତରୀ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

୧୮ ଡାକ୍ତରୀ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ୍‌

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ରାଗିଂ। ଜୁନିୟର ଛାତ୍ରଙ୍କୁ ରାଗିଂ କରି ଫସିଗଲେ ୧୮ ଜଣ ଡାକ୍ତରୀ ଛାତ୍ର। ସେମାନଙ୍କ ଉପରେ ହୋଇଛି ୫୪ ହଜାର ଟଙ୍କା ଫାଇନ୍‌। ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମ୍‌ସାର)ରେ ଘଟିଛି ଏହି ଘଟଣା।

କିଛି ଦିନ ତଳେ ଭୀମ୍‌ସାରରେ ରାଗିଂ ଅଭିଯୋଗ ଆସିଥିଲା। ପ୍ରଥମେ କଲେଜ କର୍ତ୍ତୃପକ୍ଷ ଏହାକୁ ମାନି ନଥିଲେ। କିନ୍ତୁ ପରେ ଘଟଣାର ତଦନ୍ତ କରିବା ପାଇଁ କମିଟି ଗଠନ କରାଯାଇଥିଲା। କମିଟି ଘଟଣାର ସତ୍ୟାସତ୍ୟ ସଂପର୍କରେ ଜାଣିବା ପରେ ଉକ୍ତ ୧୮ ଜଣ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଭୀମସାର ଡିନ୍ ଜୟଶ୍ରୀ ଦୋରା କହିଛନ୍ତି, ଘଟଣା ସଂପର୍କରେ ଉକ୍ତ ଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଜଣାଇ ଦିଆଯାଇଛି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ଉକ୍ତ ଛାତ୍ରମାନ ଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯାଇଛି। ଏହା ସହିତ କଲେଜରେ ଶୈଖିକ ବାତାବରଣ ବଜାୟ ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ସମସ୍ତ ୧୮ ଛାତ୍ର ଚତୁର୍ଥ ବର୍ଷର। ସେମାନେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଥିଲା।

The post ୧୮ ଡାକ୍ତରୀ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ୍‌ appeared first on Odisha Reporter.



from Odisha Reporter https://ift.tt/3lIg20M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages