ଘରକୁ ଫେରୁଥିଲେ ବ୍ୟବସାୟୀ, ରାସ୍ତାରେ ହେଲା ଫାୟାରିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

ଘରକୁ ଫେରୁଥିଲେ ବ୍ୟବସାୟୀ, ରାସ୍ତାରେ ହେଲା ଫାୟାରିଂ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି । ତାଙ୍କ ଅଣ୍ଟାରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ସନ୍ଧ୍ୟା ସମୟରେ ସଂଜୀବ   ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ମାତ୍ର ଉମରକୋଟ ପୁରୁଣା ବସ୍ ଷ୍ଟାଣ୍ଡ ନିକଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ନିକଟରେ ତିନି ଜଣ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ  ଗୁଳି କରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଗୁଳିକାଣ୍ଡର କାରଣ ଜଣାପଡିନାହିଁ। ଉମରକୋଟ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି ।

The post ଘରକୁ ଫେରୁଥିଲେ ବ୍ୟବସାୟୀ, ରାସ୍ତାରେ ହେଲା ଫାୟାରିଂ appeared first on Odisha Reporter.



from Odisha Reporter https://ift.tt/3lcX6XT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages