ତିରଥ ସିଂହ ରାୱତ ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ୪ଟା ବେଳେ ଶପଥ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ତିରଥ ସିଂହ ରାୱତ ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ୪ଟା ବେଳେ ଶପଥ ଉତ୍ସବ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ସାଂସଦ ତିରଥ ସିଂହ ରାୱତ। ଆଜି ଅପରାହ୍ନ ୪ଟା ବେଳେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବ। ଏହାପୂର୍ବରୁ ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତ୍ରିବେନ୍ଦ୍ର ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ବିଜେପିର ବୈଠକ ବସିଥିଲା। ମାନସମନ୍ଥନ ପରେ ତିରଥ ସିଂହ ରାୱତଙ୍କ ନାଁ ଉପରେ ବିଜେପି ମୋହର ମାରିଛି।

୫୬ ବର୍ଷୀୟ ତିରଥ ସିଂହ ରାୱତ ଉତ୍ତରାଖଣ୍ଡର ଘରୱାଲ ଆସନରୁ ଲୋକସଭାକୁ ଯାଇଛନ୍ତି। ଏହାପୂର୍ବରୁ ସେ ୨୦୧୩ ନଭେମ୍ବର ୯ରୁ ୨୦୧୫ ଡିସେମ୍ବର ୩୧ ଯାଏ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ୨୦୧୨ରୁ ୨୦୧୭ ଯାଏ ଉତ୍ତରାଖଣ୍ଡ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ଆଜି ତାଙ୍କ ନାଁ ଦଳୀୟ କାର୍ଯ୍ୟାଳୟରେ ଘୋଷଣା ହେବା ବେଳେ ସେ ମଧ୍ୟ ଉପସ୍ଥିତ ରହିଥିଲେ। ତାଙ୍କ ନିକଟରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତ୍ରିବେନ୍ଦ୍ର ସିଂହ ରାୱତ ବସିଥିଲା। ଏମାନଙ୍କ ବ୍ୟତୀତ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବରିଷ୍ଠ ନେତା ମଞ୍ଚରେ ଉପସ୍ଥିତ ରହି ତିରଥ ସିଂହ ରାୱତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ତିରଥ ସିଂହ ରାୱତ କହିଛନ୍ତି, ମୁଁ ଜଣେ ସଂଘ ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲି। ତ୍ରିବେନ୍ଦ୍ର ସିଂହ ରାୱତଙ୍କ ନେତୃତ୍ୱରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବହୁତ ବହୁତ ଧନ୍ୟବାଦ। ସେମାନେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି। ମୁଁ କେବେ ହେଲେ ଏମିତି ଦିନ ଆସିବ ବୋଲି ସ୍ୱପ୍ନରେ ଭାବି ନଥିଲି ବୋଲି ସେ କହିଛନ୍ତି।

The post ତିରଥ ସିଂହ ରାୱତ ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ୪ଟା ବେଳେ ଶପଥ ଉତ୍ସବ appeared first on Odisha Reporter.



from Odisha Reporter https://ift.tt/2OIdaVh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages