କୋଲକାତା: ସାମ୍ବାଦିକ ସମ୍ମିଳନୀରେ ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା ଟିଏମସିର ଜଣେ ମହିଳା ବିଧାୟକଙ୍କ ଗାଲକୁ ଭିଡ଼ି ତାଙ୍କୁ ମନେଇବାକୁ ଚେଷ୍ଟା କରିଛନ୍ତି ଦଳର ସାଂସଦ କଲ୍ୟାଣ ବାନାର୍ଜୀ। ଏହାର ଭିଡିଓକୁ ବିଜେପି ସାଂସଦ ଲୋକେଟ ଚାଟାର୍ଜୀ ଟ୍ୱିଟ କରି ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗଲର କ୍ଷମତାସୀନ ଟିଏମସିକୁ ତୀବ୍ର ସମାଲୋଚନା କରିଛନ୍ତି।
TMC empowering women…?
This is TMC MP Kalyan Banerjee and the woman is outgoing Bankura MLA who was miffed for not getting a ticket.
Shame! pic.twitter.com/JUXsZerN6i
— Locket Chatterjee (@me_locket) March 9, 2021
ଭିଡିଓ ଅନୁଯାୟୀ, ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ବିଧାୟକଙ୍କ ଗାଲକୁ ଚିପିବା ବେଳେ ସେ ମଧ୍ୟ ସ୍ମିତହାସ୍ୟ ଦେଇ ଲାଜେଇ ଯାଇଥିଲେ। ଏହାର ଭିଡିଓକୁ ଟ୍ୱିଟ କରି ଲୋକେଟ ଚାଟାର୍ଜୀ କହିଛନ୍ତି, “ଟିଏମସିର ମହିଳା ସଶକ୍ତୀକରଣ? ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ। ମହିଳା ଜଣଙ୍କ ହେଉଛନ୍ତି ବଙ୍କୁରା ବିଧାୟକ। ସେ ଚଳିତ ବର୍ଷ ଟିକେଟ ପାଇ ନଥିବାରୁ ଦଳ ଉପରେ କ୍ଷୁବ୍ଧ ଥିଲେ। ଲଜ୍ଜା।”
ମହିଳାମାନେ ବେଙ୍ଗଲରେ ସୁରକ୍ଷିତ ନୁହନ୍ତି ବୋଲି ବିଜେପି ଅଭିଯୋଗ କରି ନିର୍ବାଚନ ପାଇଁ ପ୍ରଚାର କରୁଛି। ଏପରି ସ୍ଥିତିରେ ମମତା ଚଳିତ ବିଧାନସଭାରେ ୫୦ ଜଣ ମହିଳାଙ୍କୁ ଟିକେଟ୍ ଦେଇଛନ୍ତି। ଟିଏମସି ଇତିହାସରେ ପ୍ରଥମଥର ପାଇଁ ଏତେ ମହିଳାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ମିଳିଛି। ଏଥିସହ ବେଙ୍ଗଲ ଚାହୁଁଛି ନିଜର ଝିଅ ବୋଲି ନାରା ମଧ୍ୟ ଉଭୟ ଦଳ ଦେଉଛନ୍ତି।
The post ମହିଳା ବିଧାୟକଙ୍କ ଗାଲ ଚିପି ଦେଲେ ସାଂସଦ, ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/2OBuzz2
No comments:
Post a Comment