ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ ସିଜ୍ କରିଥିବା ଗାଡ଼ି ଭିତରୁ ଉଦ୍ଧାର ହୋଇଛି ମଣିଷ କଙ୍କାଳ। ଶନିବାର ଭୁବନେଶ୍ୱର ଜାଆଁଳା ଫାଣ୍ଡି ବାହାରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଛି। ଖବର ପାଇବା ପରେ ପୁଲିସର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳେ ପହଞ୍ଚି କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଛେଦ ପାଇଁ ପଠାଇଥିଲା।
ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ବୋଲି ଜଣାପଡିଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ। ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ସ୍ୱାଭାବିକ ଭାବେ ପ୍ରାଣ ହରାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ତେବେ ମହିଳା ଜଣକ କାର୍ ଭିତରେ କେମିତି କ’ଣ ରହିଯାଇଥିଲେ ବୋଲି ଡିସିପି କହିଛନ୍ତି । ଅନ୍ୟପଟେ ମହିଳା ଜଣକ କିଏ, ତାଙ୍କ ପରିଚୟ ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି।
୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ଏହି ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ସେପଟେ ଏ ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି।
The post ୨୦୧୯ରେ ପୁଲିସ ଗାଡି ସିଜ୍ କରିଥିଲା, ଏବେ ମିଳିଲା କଙ୍କାଳ appeared first on Odisha Reporter.
from Odisha Reporter https://ift.tt/3qKe9BY
No comments:
Post a Comment