୧୪ ମାର୍ଚ୍ଚ, ରବିବାର: ଶୁଭ ଖବର ପାଇ ମନ ଖୁସି ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 13, 2021

୧୪ ମାର୍ଚ୍ଚ, ରବିବାର: ଶୁଭ ଖବର ପାଇ ମନ ଖୁସି ରହିବ

ମେଷ: କାର୍ଯ୍ୟକ୍ଷେତ୍ରରେ ବିବାଦ ଦେଖାଯିବ। ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ। ଅଯଥା ଭ୍ରମଣ ଯୋଗୁଁ କ୍ଲାନ୍ତି ଅନୁଭବ କରିବେ। ଅସୁସ୍ଥ ଅନୁଭବ କରିବେ। ପ୍ରତିକାର– ‘ଓଁ ଅଂ ଅଙ୍ଗାରକାୟ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

ବୃଷ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ମାନସମ୍ମାନ ପାଇବେ। ଦୂରଯାତ୍ରାରୁ ଲାଭ ପାଇବେ। ବନ୍ଧୁଙ୍କ ସହଯୋଗ ପାଇ ମନ ଖୁସି ରହିବ। ମହିଳାମାନେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ। ପ୍ରତିକାର– ଆଜି ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ମିଥୁନ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ଘରକୁ ଅତିଥି ଆସିବେ। ଉପହାର ମିଳିବ। ଶରୀର ସୁସ୍ଥ ରହିବ। ପ୍ରତିକାର– ସବୁଜ ରଙ୍ଗର ବସ୍ତ୍ର କିମ୍ବା ରୁମାଲ ବ୍ୟବହାର କରନ୍ତୁ।

କର୍କଟ: କୌଣସି କଥାକୁ ନେଇ ଚାପଗ୍ରସ୍ତ ହେବେ। କାହା ସହିତ ଝଗଡ଼ା ହୋଇପାରେ। ଆୟ ଠାରୁ ବ୍ୟୟ ଅଧିକ ହେବ। ନିଜର ମନ ପସନ୍ଦର କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। ପ୍ରତିକାର– ସକାଳେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବେ ଓ ଧଳାରଙ୍ଗର ବସ୍ତ୍ର ପରିଧାନ କରିବେ।

ସିଂହ: ଦେହ ଭଲ ରହିବ ନାହିଁ। ଏଣୁ ମନ ଅଶାନ୍ତ ରହିବ। ଗାଡ଼ି ଚଲାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ଆୟର ନୂଆ ପନ୍ଥା ମିଳିବ। କର୍ମକ୍ଷେତ୍ରରେ ଶୁଭ ଖବର ପାଇବେ। ମହିଳାମାନେ ବସ୍ତ୍ର ଓ ଅଳଙ୍କାର ଆଦି କ୍ରୟ କରିବାର ସୁଯୋଗ ପାଇବେ। ପ୍ରତିକାର– ସବୁଜ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।

ତୁଳା: ଜମି, ଘର ଆଦି କିଣିବାର ସୁଯୋଗ ମିଳିବ। ପୁରୁଣା ରୋଗରୁ ଉପଶମ ମିଳିବ। ମହିଳାମାନେ ଘରେ ଆନନ୍ଦରେ ଦିନଟିକୁ ଅତିବାହିତ କରିବେ। ପ୍ରତିକାର– ଗୋମାତାଙ୍କ ସେବା କରନ୍ତୁ।

ବିଛା: ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ମନ ଅଶାନ୍ତ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ ବିବାଦ ଦେଖା ଦେଇପାରେ। ପ୍ରତିକାର– ହନୁମାନଙ୍କ ମନ୍ତ୍ର ‘ଓଁ ହଂ ହନୁମତୟେ ନମଃ’କୁ ୨୧ଥର ଜପ କରନ୍ତୁ।

ଧନୁ: ସତର୍କ ରୁହନ୍ତୁ। ଶରୀରରେ ଆଘାତ ଲାଗି ପାରେ। ବନ୍ଧୁଙ୍କ ସହାୟତାରେ ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ।

ମକର: ଶୁଭ ଖବର ପାଇ ମନ ଖୁସି ରହିବ। ପରିବାର ଲୋକଙ୍କ ସହଯୋଗ ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଅସହାୟ ରୋଗୀଙ୍କୁ ଔଷଧ ଦାନ କରନ୍ତୁ। ପ୍ରତିକାର– ନୀଳ ରଙ୍ଗର ବସ୍ତ୍ର କିମ୍ବା ରୁମାଲ୍ ବ୍ୟବହାର କରନ୍ତୁ।

କୁମ୍ଭ: କାର୍ଯ୍ୟଭାର ବଢ଼ିବ। ଅତ୍ୟଧିକ ପରିଶ୍ରମ ହେତୁ କ୍ଳାନ୍ତ ଅନୁଭବ କରିବେ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ମୀନ: ସମସ୍ତ ଦିଗରୁ ଆର୍ଥିକ ଲାଭ ହେବ। ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରତିକାର– ‘ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର’କୁ ୨୧ ଥର ଜପ କରନ୍ତୁ।

The post ୧୪ ମାର୍ଚ୍ଚ, ରବିବାର: ଶୁଭ ଖବର ପାଇ ମନ ଖୁସି ରହିବ appeared first on Odisha Reporter.



from Odisha Reporter https://ift.tt/30Gg8wn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages