ହାଇଦ୍ରାବାଦ: ପବିତ୍ର ହୋଲିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଆନ୍ଧ୍ରପ୍ରଦେଶ ପରିବହନ ବିଭାଗର ଗୋଟିଏ ଯାତ୍ରୀବାହୀ ବସ୍ ପ୍ରଥମେ ସାମ୍ନା ପଟୁ ଆସୁଥିବା ବସ୍କୁ ଧକ୍କା ଦେଇଥିଲା। ଏହି ସମୟରେ ଯାତ୍ରୀବାହୀ ବସ୍ର ପଛରେ ଆସୁଥିବା ଗୋଟିଏ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା।
ଏହି ଡବଲ ଆକ୍ସିଡେଣ୍ଟରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ସୁନକାରୀ ପେଟା ନିକଟରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ଟି ଯାଉଥିବା ବେଳେ ହଠାତ୍ ନିକଟସ୍ଥ ଡମ୍ପିଂ ୟାର୍ଡରୁ ଧୂଆଁ ନିର୍ଗତ ହୋଇଥିଲା। ଧୂଆଁ ଯୋଗୁ ରାସ୍ତା ଠିକ୍ ଭାବେ ଦୃଶ୍ୟମାନ ହୋଇ ନଥିଲା। ଫଳରେ ପରିବହନ ବିଭାଗର ବସ୍ଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଆଉ ଗୋଟିଏ ଯାତ୍ରୀବାହୀ ବସ୍କୁ ଧକ୍କା ଦେଇଥିଲା।
ଧକ୍କା ହେବା କାରଣରୁ ବସ୍ଟି ରାସ୍ତା ଉପରେ ହିଁ ଅଟକି ଯାଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଗୋଟିଏ ଟ୍ରକ୍ ଏହାକୁ ଦେଖି ନ ପାରି ପରିବହନ ବିଭାଗର ବସ୍କୁ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଉଭୟ ବସ୍ର ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
The post ଡବଲ୍ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା ବସ୍, ଚାଲିଗଲା ୫ ଜଣଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3w7hYVB
No comments:
Post a Comment