ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ଲାଗି ବିଜେପି ଓ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ କଂଗ୍ରେସ ମଧ୍ୟ ତା’ର ପ୍ରାର୍ଥୀ ଘୋଷଣା କରିଛି। ଅଜିତ ମଙ୍ଗରାଜ ପିପିଲିରୁ କଂଗ୍ରେସ ପ୍ରାର୍ଥୀ ହେବେ। ଏବେ ପୁରୀ ଜିଲ୍ଲା କଂଗ୍ରେସର ସଭାପତି ଅଛନ୍ତି ଅଜିତ।
ସେ ଗତ ୨୦୧୯ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ପ୍ରତିକ୍ରିୟା ଦେଇ ଦଳୀୟ ନେତୃମଣ୍ଡଳୀକୁ ଧନ୍ୟବାଦ ଜଣାଇଛନ୍ତି ଅଜିତ।
ପିପିଲି ଲଢ଼େଇ ପାଇଁ ପୂର୍ବରୁ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଓ ବିଜେଡି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ତେଣୁ ଆସନ୍ତା ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ବନାମ ରୁଦ୍ରପ୍ରତାପ ମହାରଥି ବନାମ୍ ଅଜିତ ମଙ୍ଗରାଜ ଟକ୍କର୍ ହେବାକୁ ଯାଉଛି।
The post ପିପିଲିରୁ କଂଗ୍ରେସର ମଙ୍ଗ ଧରିବେ ଅଜିତ ମଙ୍ଗରାଜ appeared first on Odisha Reporter.
from Odisha Reporter https://ift.tt/2Pjd7Qq
No comments:
Post a Comment