କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା(ଦୀଲିପ ସାହୁ): ହାତଗଣ୍ଠି ପଡ଼ି ସାରିଥିଲା। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ କରି ଉଭୟ ସାତ ଜନ୍ମର ସାଥୀ ବି ହୋଇ ସାରିଥିଲେ। କେବଳ ବାପ ଘରୁ ଗୋଡ଼ କାଢ଼ି ନିଜ ନୂଆ ଜୀବନରେ ପାଦ ଥାପିବାକୁ ବାହାରିଥିଲା ନବବଧୂ। ହେଲେ ନୂଆ ସଂସାରରେ ପାଦ ଦେବା ନିମନ୍ତେ ଆଖିରେ ଆଖିଏ ସ୍ୱପ୍ନ ଥିବା ବେଳେ ବାପ ଘର ଲୋକଙ୍କୁ ଛାଡ଼ି ଚାଲିଯିବାର ଦୁ‍ଃଖ ବି ଘାରୁଥିଲା। ଶେଷରେ ନିଜ ଲୋକ ପର ହୋଇଯିବେ ଭାବି କାନ୍ଦି କାନ୍ଦି ଶେଷରେ ଚାଲିଗଲା ନବବଧୂର ଜୀବନ। ଏପରି ହୃଦୟ ବିଦାରକ ଘଟଣା ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି।

ଜୁଲୁଣ୍ଡା ଗାଁରେ ଜଣେ ଯୁବତୀଙ୍କର  ଗତକାଲି ବାହାଘର ସରିଥିଲା। ଆଜି ସକାଳୁ ବିଦା ହେବା ବେଳେ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଲେ କନ୍ୟା। ପରିବାର ଲୋକ ଡାକ୍ତରଖାନା ନେଇଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର।  ହୃଦଘାତରେ କନ୍ୟାର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂଚନା।

The post କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ appeared first on Odisha Reporter.



from Odisha Reporter https://ift.tt/30i95cU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages