ଶ୍ରୀଲୋକନାଥ ମନ୍ଦିରରେ କଟକଣାରେ ପାଳିତ ହେବ ପଙ୍କଉଦ୍ଧାର ଓ ଜାଗରଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

ଶ୍ରୀଲୋକନାଥ ମନ୍ଦିରରେ କଟକଣାରେ ପାଳିତ ହେବ ପଙ୍କଉଦ୍ଧାର ଓ ଜାଗରଯାତ୍ରା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତ ବର୍ଷ କୋଭିଡ ୧୯ କଟକଣା ଭିତରେ ପାଳିତ ହେବ ପଙ୍କଉଦ୍ଧାର ଓ ଜାଗରଯାତ୍ରା। ସିମୀତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କଉଦ୍ଧାର ହେବ। ତେବେ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି।

ବର୍ଷକରେ ଗୋଟିଏ ଦିନ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀ ଓ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି। ଚଳିତ ବର୍ଷ କିନ୍ତୁ ଭକ୍ତଙ୍କୁ ଏହି ସୁଯୋଗ ମିଳିବ ନାହିଁ।

ମହାଶିବରାତ୍ରି ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି।  ବାହାର ଦୀପ ଦୋକାନୀ ଆସିପାରିବେ ନାହିଁ । ଭଜନ ସମାରୋହ ଉପରେ କଟକଣା ଜାରି କରାଯାଇଛି । ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାତାମୂଳକ ରହିଛି । ଜାଗର ଯାତ୍ରା ଦିନ ରାତ୍ର ୧୨ଟା ପରିବର୍ତ୍ତେ ଭୋର ୪ ଟାରୁ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୨ଟା ପର୍ଯ୍ୟନ୍ତ ଚାଲିବ। ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

The post ଶ୍ରୀଲୋକନାଥ ମନ୍ଦିରରେ କଟକଣାରେ ପାଳିତ ହେବ ପଙ୍କଉଦ୍ଧାର ଓ ଜାଗରଯାତ୍ରା appeared first on Odisha Reporter.



from Odisha Reporter https://ift.tt/3kMZVi3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages