ଦୁଇ ଭାଇଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ଯାଇ ଚାଲିଗଲା ଇନସପେକ୍ଟରଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ଦୁଇ ଭାଇଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ଯାଇ ଚାଲିଗଲା ଇନସପେକ୍ଟରଙ୍କ ଜୀବନ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ମଧ୍ୟସ୍ଥତା କରିବାକୁ ଯାଇଥିବା ଜଣେ ପୁଲିସ୍‌ ସବ ଇନସପେକ୍ଟର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ସବ ଇନସପେକ୍ଟର ପ୍ରଶାନ୍ତ ଯାଦବଙ୍କୁ ଦେଖି ଦୁଇ ଭାଇଙ୍କ ମଧ୍ୟରେ ଜଣେ ଦୌଡ଼ିବା ଆରମ୍ଭ କରିଥିଲା। ସେ ତାଙ୍କ ପିଛା କରିଥିଲେ।

ତେବେ ଅଭିଯୁକ୍ତ ଜଣଙ୍କ ନିଜ ପାଖରେ ରଖିଥିବା ଗୋଟିଏ ଦେଶୀ ବନ୍ଧୁକରୁ ପ୍ରଶାନ୍ତଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଆହତ ହୋଇଥିବା ପ୍ରଶାନ୍ତ ହସ୍ପିଟାଲରେ ଆଖି ବୁଜିଛନ୍ତି।

ଆଡିସନାଲ ଡିଜି ରାଜୀବ କ୍ରିଷ୍ଣା କହିଛନ୍ତି, “ଖାଟାଉଲି ପୁଲିସ୍‌ ଷ୍ଟେସନରେ ଥିବା ଗୋଟିଏ ଗାଁରେ ଏହି ଘଟଣା ଘଟିଛି। ଆଳୁର ଅମଳକୁ ନେଇ ଦୁଇ ଭାଇ ବିଶ୍ୱନାଥ ଓ ଶିବନାଥ ମଧ୍ୟରେ ବିବାଦ ଚାଲିଥିଲା। ଶିବନାଥଙ୍କ ଅଭିଯୋଗ ପାଇବା ପରେ ଘଟଣାର ସମାଧାନ ପାଇଁ ସବ୍‌ ଇନସପେକ୍ଟର ପ୍ରଶାନ୍ତ ଯାଦବ ଓ ଜଣେ କନଷ୍ଟେବଲଙ୍କ ସହ ଗାଁରେ ପହଞ୍ଚିଥିଲେ। ପୁଲିସ୍‌କୁ ଦେଖିବା କ୍ଷଣି ବିଶ୍ୱନାଥ ଦୌଡ଼ିବା ଆରମ୍ଭ କରିଥିଲା।

ପୁଲିସ୍‌ ମଧ୍ୟ ବିଶ୍ୱନାଥର ପିଛା କରିଥିଲା। ଏହି ସମୟରେ ସେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ସିଧା ପ୍ରଶାନ୍ତଙ୍କ ଦେହରେ ବାଜିବାରୁ ସେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ଏକାଧିକ ଟିମ ଗଠନ କରାଯାଇ ଫେରାର ଅଭିଯୁକ୍ତଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।”

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପାଇଁ ୫୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରିଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ଗୋଟିଏ ରାସ୍ତାକୁ ସରକାର ପ୍ରଶାନ୍ତ ଯାଦବଙ୍କ ନାମରେ ନାମିତ କରିବେ ବୋଲି କହିଛନ୍ତି।

The post ଦୁଇ ଭାଇଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ଯାଇ ଚାଲିଗଲା ଇନସପେକ୍ଟରଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3civrBT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages