ସଲମାନ ଖାନ୍‌ ନେଲେ କରୋନା ଟିକାର ପ୍ରଥମ ଡୋଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ସଲମାନ ଖାନ୍‌ ନେଲେ କରୋନା ଟିକାର ପ୍ରଥମ ଡୋଜ୍

ମୁମ୍ବାଇ: ମହାମାରୀ କରୋନାର ରକ୍ଷା କବଚ କୁହାଯାଉଥିବା ଟିକାର ପ୍ରଥମ ଡୋଜ୍‌ ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ ନେଇଛନ୍ତି। ବୁଧବାର ସଲମାନ ମୁମ୍ବାଇର ଲୀଲାବତୀ ହସ୍ପିଟାଲକୁ ଯାଇ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏ ସମ୍ପର୍କରେ ସଲମାନ ସୋଶାଲ ମିଡିଆରେ ନିଜର ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି।

ସେ ଗୋଟିଏ ପୋଷ୍ଟରେ ଲେଖିଛନ୍ତି, “ଆଜି ଟିକାର ପ୍ରଥମ ଡୋଜ୍‌ ନେଇଛି।” ସଲମାନ ସୁରକ୍ଷାକର୍ମୀଙ୍କ କର୍ଡନ ମଧ୍ୟରେ ଟିକା ପାଇଁ ହସ୍ପିଟାଲକୁ ଯିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସଲମାନଙ୍କ ପୂର୍ବରୁ ଭେଟରାନ ଅଭିନେତା ପରେଶ ରାୱଲ ଓ ସଞ୍ଜୟ ଦତ୍ତ ମଧ୍ୟ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ପରେଶ ସୋଶାଲ ମିଡିଆରେ ଟିକା ନେବା ବେଳର ଫଟୋ ମଧ୍ୟ ଶେୟାର କରିଥିଲେ। ନିକଟରେ ବାପା ହୋଇଥିବା ସୈଫ ଅଲୀ ଖାନ କରୋନାର ରକ୍ଷା କବଚ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ସେ ନିଜେ ଏ ସମ୍ପର୍କରେ କାହାକୁ ସୂଚନା ଦେଇ ନଥିଲେ ମଧ୍ୟ ଟିକା ନେବାକୁ ସୈଫ ଟିକାକରଣ କେନ୍ଦ୍ରରେ ଛିଡ଼ା ହୋଇଥିବା ବେଳର ଏକାଧିକ ଫଟୋ ସାମ୍ନାକୁ ଆସିଥିଲା।


ସେହିପରି ଫିଲ୍ମ ନିର୍ମାତା ରାକେଶ ରୋଶନ କରୋନା ଟିକା ନେଇ ଏହାର ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏମାନଙ୍କ ବ୍ୟତୀତ କମଲ ହାସନ, ହେମା ମାଲିନୀ, ଜନ୍ନି ଲେଭର, ସତୀଶ ଶାହ, ନୀନା ଗୁପ୍ତା ମଧ୍ୟ ଟିକା ନେଇ ସାରିଛନ୍ତି।

କରୋନା ପୁଣି ଦେଶକୁ କମ୍‌ବ୍ୟାକ୍‌ କରିଥିବା ବେଳେ ଏକାଧିକ ବଲିଉଡ ଅଭିନେତା ମଧ୍ୟ ଏହାର ପଞ୍ଝାରେ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ରଣବୀର କପୁର, ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ବଂଶାଲୀ, ଅଭିନେତା ମନୋଜ ବାଜପେୟୀ, ସିଦ୍ଧାନ୍ତ ଚତୁର୍ବେଦୀ, ତାରା ସୁତାରିଆ ଓ ସତୀଶ କୌଶିକ ପ୍ରମୁଖ ରହିଛନ୍ତି। ବର୍ତ୍ତମାନ ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷ ବୟସରୁ ଅଧିକ ବର୍ଗର ଲୋକଙ୍କୁ କରୋନା ଟିକା ଦିଆଯାଉଛି। ଏପ୍ରିଲ ୧ରୁ ଦେଶରେ ୪୫ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ।

The post ସଲମାନ ଖାନ୍‌ ନେଲେ କରୋନା ଟିକାର ପ୍ରଥମ ଡୋଜ୍ appeared first on Odisha Reporter.



from Odisha Reporter https://ift.tt/2P8FXD3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages