ନୂଆ ଷ୍ଟ୍ରେନ୍‌କୁ ମଧ୍ୟ ମାତ୍ ଦେବ ଟିକା, ଦିନକରେ ନେଲେ ୧,୨୧, ୫୪୨ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ନୂଆ ଷ୍ଟ୍ରେନ୍‌କୁ ମଧ୍ୟ ମାତ୍ ଦେବ ଟିକା, ଦିନକରେ ନେଲେ ୧,୨୧, ୫୪୨ ଜଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଟିକାକରଣକୁ କିଭଳି ଭାବେ ବ୍ୟାପକ କରାଯିବ ସେ ନେଇ ନିଆଯାଉଛି ପଦକ୍ଷେପ। ଭ୍ୟାକ୍ସିନେସନ ସେଣ୍ଟର ବଢ଼ାଯିବା ସହ ଟିକାକରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି। ଗତକାଲି ଗୋଟିଏ ଦିନରେ ହିଁ ମୋଟ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କର ଟିକାକରଣ କରାଯାଇଛି । ଟିକାକରଣ କେନ୍ଦ୍ର ଆଗକୁ ଆହୁରି ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଅନ୍ୟ ପଟେ ଆଣ୍ଟିବଡି ପ୍ରସ୍ତୁତ ନେଇ ସର୍ଭେ ଚାଲିଛି । ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ସାମ୍ପଲ ସଂଗ୍ରହ କରାଯାଇଛି । ରିପୋର୍ଟ ଆସିବା ପରେ ଆଣ୍ଟିବଡି ସୃଷ୍ଟି ହୋଇଛି ନା ନାହିଁ ତାହା ଜଣାପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ତେବେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଆଣ୍ଟିବଡି ଠିକ୍ ଭାବେ କାମ କରୁଛି । କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ଏହା କାମ କରିବ ବୋଲି ସେ କହିଛନ୍ତି।

ତଥାପି ସେପଟେ, ନୂଆ ଷ୍ଟ୍ରେନ ସହ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ସତର୍କତା । କରୋନାର ଏହି ନୂଆ ଷ୍ଟ୍ରେନ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଏଣୁ ଅଧିକ ସତର୍କ ରହିବା ସହ ସଚେତନ ହେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନୂଆ ଷ୍ଟ୍ରେନ ଯୋଗୁଁ ମଣିଷଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି ।

ସେଗୁଡ଼ିକ ହେଲା ଦେହ ହାତ ଅବଶ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା, ତରଳ ଝାଡ଼ା ଦିନକୁ ୪ରୁ ୫ ଥର ହେବା, ଗଳା ଦରଜ, ନାକ ଚୁଣ୍ଟିହେବା, ଚର୍ମରୋଗ ନୂଆ କରି ଦେଖାଦେବା, ଚର୍ମ କୁଣ୍ଡାଇ ହୋଇ ଲାଲ୍ କିମ୍ବା ନୀଳ ପଡ଼ିବା । ବଡ଼ କଥା ହେଉଛି ନୂଆ ଷ୍ଟ୍ରେନର ଭୂତାଣୁ ଅଧିକ ସଂକ୍ରାମକ ଓ ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରୁଛି । ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରୁଛି । ଏଥିରୁ ରକ୍ଷା ପାଇବା ଲାଗି ନିର୍ଦ୍ଧାରିତ ସାରଣୀରେ କରୋନା ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

The post ନୂଆ ଷ୍ଟ୍ରେନ୍‌କୁ ମଧ୍ୟ ମାତ୍ ଦେବ ଟିକା, ଦିନକରେ ନେଲେ ୧,୨୧, ୫୪୨ ଜଣ appeared first on Odisha Reporter.



from Odisha Reporter https://ift.tt/3vtQQQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages