କାର୍‌ ସହ ଧକ୍କା ହୋଇ ଧ୍ୱଂସ ହୋଇଗଲା ବିମାନ, ୨ ଜଣ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

କାର୍‌ ସହ ଧକ୍କା ହୋଇ ଧ୍ୱଂସ ହୋଇଗଲା ବିମାନ, ୨ ଜଣ ମୃତ

ଫ୍ଲୋରିଡା: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଆକାଶରେ ଉଡ଼ୁଥିବା ବିମାନ କେମିତି ରାସ୍ତାରେ ଯାଉଥିବା ଗୋଟିଏ କାର୍‌ ସହ ଧକ୍କା ହେଲା? କିନ୍ତୁ ଫ୍ଲୋରିଡାର ପେମବ୍ରୋକ ପିନ୍ସରେ ଏମିତି ଏକ ଘଟଣା ଘଟିଛି। ଉଡ଼ାଣ ଭରିବାର କିଛି ସମୟରେ ଗୋଟିଏ ବିମାନ ରାସ୍ତା ଉପରେ ଖସି ପଡ଼ିଥିଲା। ଫଳରେ ରାସ୍ତାରେ ଯାଉଥିବା ଗୋଟିଏ କାର୍‌କୁ ଏହା ଧକ୍କା ଦେବା ପରେ ସଂପୂର୍ଣ୍ଣ ଜଳି ଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଏହି କ୍ରାଶ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ବୀଚକ୍ରାଫ୍ଟ ବୋନାଜା ଏୟାରକ୍ରାଫ୍ଟ ସ୍ଥାନୀୟ ସମୟ ୩ଟା ବେଳେ ଉତ୍ତର ପେରୀ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହା ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇ ଏୟାରପୋର୍ଟ ନିକଟ ଦେଇ ଯାଇଥିବା ରାସ୍ତା ଉପରେ ଖସି ପଡ଼ିଥିଲା।

ଏହି ସମୟରେ ଜଣେ ମହିଳା ଓ ତାଙ୍କ ଛୁଆ କାର୍‌ରେ ଯାଉଥିଲେ। ବିମାନଟି କାର୍‌କୁ ଧକ୍କା ଦେବା ପରେ ରାସ୍ତାରେ ମାଡ଼ ହୋଇଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେତେବେଳେକୁ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା।

ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିବାରୁ ଏଥିରେ ଥିବା ଦୁଇ ଜଣ ପ୍ରାଣ ହରାଇଛନ୍ତି। ସେହିପରି କାର୍‌ରେ ଥିବା ମହିଳା ଓ ତାଙ୍କ ଛୁଆକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଏବେ କେମିତି ଅଛି, ସେ ବିଷୟରେ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ କିଛି ବି ସୂଚନା ଦିଆଯାଇନାହିଁ। ତଥାପି ସ୍ଥାନୀୟ ଅଞ୍ଚଳରୁ ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଏକାଧିକ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

The post କାର୍‌ ସହ ଧକ୍କା ହୋଇ ଧ୍ୱଂସ ହୋଇଗଲା ବିମାନ, ୨ ଜଣ ମୃତ appeared first on Odisha Reporter.



from Odisha Reporter https://ift.tt/3cAnRSd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages