ମୁମ୍ବାଇ: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାର ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ମାର୍ଚ୍ଚ ୩୧ରେ ଦକ୍ଷିଣ ମୁମ୍ବାଇରେ ଥିବା ବ୍ରିଚ୍ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେ ତାଙ୍କ ତଳି ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ହସ୍ପିଟାଲରେ ଆଡମିସନ ହେବେ ପରେ ତାଙ୍କର ସେଠାରେ ସର୍ଜରୀ କରାଯିବ ବୋଲି ଜଣାପଡ଼ିଛି।
ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପରୀକ୍ଷା କରାଯିବା ପରେ ତାଙ୍କ ଗାଲ ବ୍ଲାଡରରେ ସମସ୍ୟା ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ମାର୍ଚ୍ଚ ୩୧ରେ ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବେ। ଏଥିପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ପରବର୍ତ୍ତୀ ନୋଟିସ ଯାଏ ବାତିଲ କରାଯାଇଛି।
ସୋମବାର ଏନସିପି ନେତା ନୱାବ ମାଲିକ ଗୋଟିଏ ବିବୃତିରେ କହିଛନ୍ତି, “ଗତକାଲି ସନ୍ଧ୍ୟାରେ ତଳିପେଟ ବିନ୍ଧିବାରୁ ଶରଦ ପାୱାର ଅସୁସ୍ଥ ଅନୁଭବ କରିଥିଲେ। ଚେକଅପ୍ ପାଇଁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାଇଗୋନିସ ପରେ ତାଙ୍କ ଗାଲ ବ୍ଲାଡରରେ ସମସ୍ୟା ଥିବା ଜଣାପଡ଼ିଥିଲା।
ବର୍ତ୍ତମାନ ଶରଦ ପାୱାର ବ୍ଲଡ ଥିନିଙ୍ଗ ମେଡିକେସନରେ ଥିଲେ। ତେବେ ତଳିପେଟ ସମସ୍ୟା ଯୋଗୁ ଏହାକୁ ବନ୍ଦ କରାଯାଇଛି। ସେ ମାର୍ଚ୍ଚ ୩୧ରେ ହସ୍ପିଟାଲରେ ଆଡମିଟ ହେବେ। ସେଠାରେ ତାଙ୍କର ଏଣ୍ଡୋସ୍କପି ଓ ସର୍ଜରୀ ହେବ।”
The post ଶରଦ ପାୱାର ଅସୁସ୍ଥ: ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବେ appeared first on Odisha Reporter.
from Odisha Reporter https://ift.tt/3cwrrhy
No comments:
Post a Comment