କେବେ ଖାଇଛନ୍ତି କି? ତତଲା ବାଲିରୁ ତିଆରି ଷ୍ଟ୍ରିଟ୍‌ ଫୁଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

କେବେ ଖାଇଛନ୍ତି କି? ତତଲା ବାଲିରୁ ତିଆରି ଷ୍ଟ୍ରିଟ୍‌ ଫୁଡ୍‌

ଲକ୍ଷ୍ନୌ: ଷ୍ଟ୍ରିଟ୍‌ ଫୁଡ୍ ତଥା ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ସମସ୍ତଙ୍କୁ ପସନ୍ଦ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ମନ ଭରି ଏହାକୁ ଖାଇବାକୁ ଭଲପାଆନ୍ତି। ବଡ ଠାରୁ ଆରମ୍ଭ କରି ପ୍ରତି ଛୋଟ ସହରର ଗଳି କନ୍ଦିରେ ଷ୍ଟ୍ରିଟ୍‌ ଫୁଡ୍‌ ବିକ୍ରି ହୁଏ। ଏହାକୁ ବିଭିନ୍ନ ଢ଼ଙ୍ଗରେ ଲୋକେ ତିଆରି କରନ୍ତି। କିଛି ଷ୍ଟ୍ରିଟ୍‌ ଫୁଡ୍‌ ଏଭଳି ରହିଛି ଯାହାକୁ ତିଆରି କରିବାର ଷ୍ଟାଇଲ ବେଶ୍‌ ଭିନ୍ନ ଏବଂ ନିଆରା। ଏଥିଯୋଗୁଁ ଏହା ଚର୍ଚ୍ଚାରେ ମଧ୍ୟ ରୁହେ।  ଏଭଳି ହିଁ ଏକ ନିଆରା ଷ୍ଟ୍ରିଟ୍‌ ଫୁଡ୍‌ର ଭିଡିଓ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତତଲା ବାଲିରେ ରୋଷେଇ ହେଉଛି ଷ୍ଟ୍ରିଟ୍‌ ଫଡ୍‌। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।  ଉତ୍ତରପ୍ରଦେଶ ମୌନପୁରର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ତତଲା ବାଲିରେ ଷ୍ଟ୍ରିଟ୍‌ ଫୁଡ୍‌ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ଏବେ ୧ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି।

ଷ୍ଟ୍ରିଟ୍‌ ଫୁଡ୍‌ ଭେଣ୍ଡର ଜଣକ ଏକ ଭାଟି ଉପରେ ବଡ କରେଇରେ ବାଲି ରଖି ଗରମ କରୁଛନ୍ତି । ଏହାପରେ ଏହି ତତଲା ବାଲିରେ ଆଳୁକୁ ଭାଜୁଛନ୍ତି। ଆଳୁ ସିଝିବା ପରେ ତାକୁ ବେଶ୍‌ ନିଆରା ଷ୍ଟାଇଲରେ ଏକ ଝୁଡିକୁ ବହାର କରି ସଫା ମଧ୍ୟ କରୁଛନ୍ତି। ଆଳୁ ସଫା ହେବା ପରେ ଏହାକୁ ଚଟଣି, ମସଲା ଏବଂ ଅଳ୍ପ ବଟର୍‌ ଦେଇ  ଲୋକଙ୍କୁ ପରଷୁଛନ୍ତି। ମୌନପୁରର ଗୋଲା ବଜାରରେ ଏହି ନିଆରା ଷ୍ଟ୍ରିଟ୍‌ ଫୁଡ୍‌ର ବେଶ୍‌ ଚାହିଦା ରହିଛି। ଏହି ଷ୍ଟ୍ରିଟ୍‌ ଫୁଡ୍‌ର ଗୋଟିଏ ପ୍ଲେଟ ପିଛା ଦାମ୍‌ ୨୫ ଟଙ୍କା ରହିଛି।

ସୂଚନାଯୋଗ୍ୟ ଯେ, ଆଳୁର ଗଡ ରୂପେ ପରିଚିତ ୟୁପିର ମୌନପୁର ଏବଂ ଫରୁଖାବାଦ ଭଳି ଜିଲ୍ଲାରେ ଭଜା ଆଳୁ ଅଧିକ ମାତ୍ରାରେ ଖିଆଯାଏ। ଏଠି ଘରେ ଘରେ ବାଲିରେ ଭଜା ହୋଇଥିବା ଆଳୁ ଖାଇବା ପାଇଁ ଲୋକେ ପସନ୍ଦ ମଧ୍ୟ କରନ୍ତି। ତତଲା ବାଲିରେ ଏହି ଆଳୁ ରୋଷେଇ ପାଇଁ ମାତ୍ର ୨୦ ମିନିଟ୍‌ ସମୟ ଲାଗେ।

 

View this post on Instagram

 

A post shared by Amar Sirohi (@foodie_incarnate)

The post କେବେ ଖାଇଛନ୍ତି କି? ତତଲା ବାଲିରୁ ତିଆରି ଷ୍ଟ୍ରିଟ୍‌ ଫୁଡ୍‌ appeared first on Odisha Reporter.



from Odisha Reporter https://ift.tt/3cw5sav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages