ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଶାର ଲୋକପ୍ରିୟ ମ୍ୟୁଜିକ ଚ୍ୟାନେଲ ତରଙ୍ଗ ମ୍ୟୁଜିକ ପକ୍ଷରୁ ପ୍ରସ୍ତୁତ ଦେଶାତ୍ମବୋଧକ ଗୀତ ‘ସୁନ୍ଦର ମୋ ଓଡିଶା ଭୂଇଁ’ ରିଲିଜ୍ ହେଉଛି। ଗୀତଟିକୁ ଲଳିତ ନାରାୟଣ ରଥ ରଚନା କରିଥିବାବେଳେ ସଂଗୀତରେ ସଜେଇଛନ୍ତି ଓଡ଼ିଶାର ଆଗ ଧାଡ଼ିର ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ।
ଗୀତଟି ଓଡ଼ିଶାର ମାଟି ପାଣି ପବନ ପ୍ରାକୃତିକ ସମ୍ପଦ, କଳା, ସଂସ୍କୃତି, ଐତିହ୍ୟ ପରମ୍ପରା ଓ ଗୌରବମୟ ଇତିହାସ ଉପରେ ଆଧାରିତ ହୋଇଛି। ଗୀତଟି ବେଶ୍ ମନଛୁଆଁ ଓ ହୃଦୟସ୍ପର୍ଶୀ ହୋଇଛି। ଗୀତଟିକୁ ମୋଟ୍ ୧୨ ଜଣ କଣ୍ଠଶିଳ୍ପୀ ଗାଈଛନ୍ତି।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତରଙ୍ଗ ମ୍ୟୁଜିକର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି ଯେ, ଓଡ଼ିଶା ସମ୍ପର୍କରେ ପ୍ରଶଂସନୀୟ ଗୀତ ତିଆରି ହୋଇଛି। ଏହି ସଙ୍ଗୀତ ତିଆରି କରିଥିବା ପୂରା ଟିମ୍କୁ ସେ ଧନ୍ୟବାଦ ଦେଇଥିବା ବେଳେ ତରଙ୍ଗ ମ୍ୟଜିକ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ଆଜି ଆସିବ ତରଙ୍ଗ ମ୍ୟୁଜିକର ‘ସୁନ୍ଦର ମୋ ଓଡିଶା ଭୂଇଁ ’ appeared first on Odisha Reporter.
from Odisha Reporter https://ift.tt/39vyOUz
No comments:
Post a Comment