ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟସ ପକ୍ଷରୁ ୫ ଛାତ୍ରଙ୍କୁ ମେଧା ବୃତ୍ତି ପ୍ରଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟସ ପକ୍ଷରୁ ୫ ଛାତ୍ରଙ୍କୁ ମେଧା ବୃତ୍ତି ପ୍ରଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶା ବାହାରେ ଥିବା ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଗୁଡିକରେ ମାଷ୍ଟର ଅଫ ଫାଇନ ଆର୍ଟସ ପଢ଼ୁଥିବା ୫ ଓଡ଼ିଆ କଳା ଛାତ୍ରଙ୍କୁ ମେଧା ବୃତ୍ତି ପ୍ରଦାନ କରିଛି ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ।  ସେମାନେ ହେଲେ ବରୋଦାର ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟର ଛାତ୍ର ମହେଶ ମେହେର, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସରୋଜିନୀ ନାଇଡ଼ୁ ସ୍କୁଲ ଅଫ ଆର୍ଟ ଆଣ୍ଡ କମ୍ୟୁନିକେସନର ଛାତ୍ର ଦୀପକ କୁମାର ମଣ୍ଡଳ, ମୁମ୍ବାଇର ଜେ.ଜେ ସ୍କୁଲ ଅଫ ଆର୍ଟର ଛାତ୍ର ରଶ୍ମି ରଞ୍ଜନ ମହାନ୍ତି, ନୂଆଦିଲ୍ଲୀ କଲେଜ ଅଫ ଆର୍ଟସର ଛାତ୍ର ସୁଜିତ କୁମାର ସ୍ୱାଇଁ ଏବଂ ଇନ୍ଦିରା କଳା ସଂଗୀତ ବିଶ୍ୱବିଦ୍ୟାଳୟ ଖଇରାଗଡାର ଛାତ୍ର ଅମିତ ଓଝା l

ଏହି ୫ଜଣ ସ୍ନାତକୋତ୍ତର ଛାତ୍ରଙ୍କୁ ଆଇପିସିଏ ପକ୍ଷରୁ ୨ ବର୍ଷ ପାଇଁ ମାଷ୍ଟର ଫାଇନ ଆର୍ଟସ ବୃତ୍ତି ପ୍ରଦାନ କରାଯାଇଛି l ଓଡିଶାର କଳା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ପ୍ରସିଦ୍ଧ ଶିକ୍ଷା ଅନୁଷ୍ଠାନରେ ପଢିବା ପାଇଁ ସହଯୋଗ  କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୫ ଜଣ ଛାତ୍ର ଛାତ୍ରୀଙ୍କୁ ୬ ବର୍ଷ ଧରି ସ୍କଲାରସିପ  ପ୍ରଦାନ କରି ଆସୁଛି ଇପକା l

ଗତକାଲି ଇମ୍ଫା କାର୍ଯ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଓ ଇପକାର ପ୍ରତିଷ୍ଠାତା ଟ୍ରଷ୍ଟି ପାରମିତା ପଣ୍ଡା ଯୋଗଦେଇ ଏହି ବୃତ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ଶିଳ୍ପୀ ଦୁର୍ଗା ପ୍ରସାଦ ଦାସଙ୍କ ଦ୍ୱାରା ଲିଖିତ ” ନନ୍ଦଲାଲ ବୋଷ ଓ ଶାନ୍ତିନିକେତନ ” ପୁସ୍ତକକୁ ଅତିଥିମାନେ ଲୋକାର୍ପିତ କରିଥିଲେ ।

The post ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟସ ପକ୍ଷରୁ ୫ ଛାତ୍ରଙ୍କୁ ମେଧା ବୃତ୍ତି ପ୍ରଦାନ appeared first on Odisha Reporter.



from Odisha Reporter https://ift.tt/3ubycLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages