ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ କାଟକୁ କେନ୍ଦ୍ର କରି ଗାଁ ମଝିରେ ବୁଲିଲା ଖଣ୍ଡା । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହପୁର ଗାଁରେ ଜଣେ ଯୁବକ ଖଣ୍ଡା ଦେଖାଇ ଆତଙ୍କ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।
ବୀରକିଶୋର ଦାସ ନାମକ ଗାଁର ଯୁବକ ବିଦ୍ୟୁତ୍ ସଂଯୋଗ କରାଇ ଦେବାକୁ କହି ନିଜ ଗାଁ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ଏହାପରେ ସଂଯୋଗ ଦେଇ ପୁଣି କାଟି ଦେଇଥିଲେ। ଏହି ଘଟଣାକୁ ରାଜେଶ କୁମାର ନାୟକ ନାମକ ବ୍ୟକ୍ତି ପୂର୍ବରୁ ବିରୋଧ କରିଆସୁଥୁଲେ।
ଗତକାଲି ମଧ୍ୟାହ୍ନରେ ଉଭୟ ବିରୋକିଶର ଦାସ ଓ ତାଙ୍କ ସହଯୋଗୀ କୃଷ୍ଣ ଗୋପାଳ ପଣ୍ଡା ରାଜେଶଙ୍କ ଘରପାଖରେ ପହଂଚି ତାଙ୍କ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏହାବ୍ୟତୀତ ଲୋକଙ୍କୁ ଭୟଭୀତ କରିବାକୁ କୃଷ ଗୋପାଳ ଖଣ୍ଡାଧରି ଗାଁରେ ବୁଲାଇଥିଲେ। ଘଟଣା ସବୁଠି ପ୍ରଘଟ ହେବାପରେ ରାଜେଶ ନୀଳଗିରି ଥାନାରେ ଅଭିଯୋଗ ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏନେଇ ନିଳଗିରି ଥାନା ଅଧିକାରୀ କହିଛନ୍ତି, ବିଦ୍ୟୁତ୍ ତାର କାଟିବାକୁ ନେଇ ଯୁକ୍ତିତର୍କ ହୋଇଛି। ମାରପିଟ ହୋଇଛି। କେସ୍ ରୁଜୁ ହୋଇ ତଦନ୍ତ ଚାଲିଛି। ଖଣ୍ଡା ବୁଲାଉଥିବା ଯୁବକ ଫେରାର ହୋଇଯାଇଥିବାରୁ ତାଙ୍କୁ ଖୋଜିବାକୁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ।
The post ଗାଁ ମଝିରେ ବୁଲିଲା ଖଣ୍ଡା appeared first on Odisha Reporter.
from Odisha Reporter https://ift.tt/3svXOSW
No comments:
Post a Comment